ବଲାଙ୍ଗୀର: ରାଜ୍ୟରେ ଥିବା ସ୍କୁଲ ଗୁଡିକରେ ପିଲା ସଂଖ୍ୟା କମୁଥିବାରୁ ସରକାର ସେହି ସ୍କୁଲଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବଲାଙ୍ଗୀରର 296ଟି ସ୍କୁଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ହୋଇଛି । ତେବେ ଏହି ନିର୍ଦ୍ଦେଶକୁ ଫେରାଇ ନେବାକୁ ଦାବି କରି ଅକ୍ଟୋବର 19ରେ ଓଡିଶା ବନ୍ଦ ଡାକରା ଦେଇଛି ଭିଲେର୍ଜ ଇଣ୍ଡିଆ ପାର୍ଟି ।
ଭାରତ ସରକାରଙ୍କ ନୀତି ଆୟୋଗର ନିଷ୍ପତି ଓ ନିର୍ଦ୍ଦେଶ କ୍ରମେ ଯେଉଁ ସବୁ ଶିକ୍ଷାନୁଷ୍ଠାନରେ 20ରୁ କମ ଛାତ୍ରଛାତ୍ରୀ ରହିଛନ୍ତି ସେ ସବୁ ସ୍କୁଲକୁ ବନ୍ଦ କରିଛନ୍ତି ରାଜ୍ୟ ସରକାର । ଏ ଯାଏଁ ରାଜ୍ୟରେ ସମୁଦାୟ ଦୁଇ ହଜାରରୁ ଅଧିକ ସ୍କୁଲ ବନ୍ଦ ହୋଇସାରିଛି । ତେବେ ବଲାଙ୍ଗୀରରେ 20ରୁ କମ ଛାତ୍ରଛାତ୍ରୀ ଥିବା 296ଟି ସ୍କୁଲକୁ ବଛା ଯାଇଛି । ଫଳରେ ଏହି ସବୁ ସ୍କୁଲକୁ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ସରକାରଙ୍କର ଏହି ନିଷ୍ପତିକୁ ବିରୋଧ କରିଛି ବଲାଙ୍ଗୀର ଭିଲେର୍ଜର ଇଣ୍ଡିଆ ପାର୍ଟି । ସ୍କୁଲଗୁଡିକ ବନ୍ଦ ହେଲେ ଗ୍ରାମାଞ୍ଚଳରେ ଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷା ଆଧିକାର କ୍ଷୁର୍ଣ୍ଣ ହେବ ବୋଲି କହି ଅଭିଯୋଗ କରିଛି ଭିଲେଜର ଇଣ୍ଡିଆ ପାର୍ଟି ।