ଓଡିଶା

odisha

ETV Bharat / state

ଗାଁ ମୁହାଁ ଜଙ୍ଗଲୀ ଜନ୍ତୁ, ପାଟଣାଗଡରୁ କୁଟୁରା ଉଦ୍ଧାର - Villagers face wild animals

ପାଟଣାଗଡରୁ କୁଟୁରା ଉଦ୍ଧାର । ଗାଁ ଭିତରେ ପଶିଥିଲା ଜଙ୍ଗଲୀ କୁଟୁରା । ଅଧିକ ପଢନ୍ତୁ...

Villagers face wild animals
ପାଟଣାଗଡରୁ କୁଟୁରା ଉଦ୍ଧାର

By

Published : Apr 27, 2020, 11:57 PM IST

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଘସିଏନ ଗାଁ ନିକରୁ ଜଙ୍ଗଲୀ କୁଟୁରା ଉଦ୍ଧାର । ଏକ ତରଭୁଜ ବାଡିରୁ ଜଙ୍ଗଲି କୁଟୁରା ଗାଁ ଲୋକଙ୍କ ଦ୍ବାରା ଉଦ୍ଧାର ହୋଇଥିଲା । ସୋମବାର ନିକଟସ୍ଥ ଜଙ୍ଗଲରୁ ଏକ କୁଟୁରା ଚାଲିଆସି ଘସିଏନ ଗାଁର ବନମାଳୀ ମେହେରଙ୍କ ତରଭୁଜ ବାଡ଼ିରେ ବୁଲୁଥିବାର ଦେଖୁବାକୁ ପାଇଥିଲେ ସେଠାକାର ଲୋକେ କୁଟୁରା ଦେଖି ପାଟଣାଗଡ ବନ ବିଭାଗକୁ ଖବର ଦିଆଯାଇଥିଲା ।

ବନ ବିଭାଗର ରେଞ୍ଜର ବାସୁଦେବ ନାଥଙ୍କ ସହ କର୍ମଚାରୀ ମାନେ ଘସିଏନ ପହଞ୍ଚି କୁଟୁରାକୁ ଉଦ୍ଧାର କରି ପ୍ରଥମେ ତାକୁ ପାଟଣାଗଡ଼ ପଶୁ ଚିକିତ୍ସାଳୟକୁ ନେଇ ସେଠାରେ ତାର ପ୍ରାଥମିକ ଚିକିତ୍ସା କରିଥିଲେ । ତେବେ ତାର ଦେହ ସୁସ୍ଥ ଥିବାରୁ ପରେ ବଲାଙ୍ଗୀର ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଲରମ୍ଭା ନିକଟସ୍ଥ ଖୁଲାଗଡ଼ ଜଙ୍ଗଲରେ କୁଟୁରାକୁ ଛାଡ଼ି ଦିଆ ଯାଇଥିଲା ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ABOUT THE AUTHOR

...view details