ଓଡିଶା

odisha

ETV Bharat / state

ଭଣ୍ଡବାବାକୁ କାବୁ କରି ପୋଲିସରେ ଦେଲେ ଗ୍ରାମବାସୀ

ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅଞ୍ଚଳ ଗୁର୍ଲା ଗାଁରେ ଜଣ ଭଣ୍ଡବାବାକୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ଏ ଦିଗରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି । ଅଧିକ ପଢନ୍ତୁ...

ଭଣ୍ଡବାବାକୁ କାବୁ କଲେ ଗ୍ରାମବାସୀ
ଭଣ୍ଡବାବାକୁ କାବୁ କଲେ ଗ୍ରାମବାସୀ

By

Published : Mar 31, 2021, 7:23 AM IST

ବଲାଙ୍ଗୀର: ଜିଲ୍ଲାରେ ମାତିଛନ୍ତି ଭଣ୍ଡ ବାବା । ଅନେକ ସ୍ଥାନରୁ ଭଣ୍ଡବାବାମାନେ ଲୁଟ କରୁଥିବା ଅଭିଯୋଗ ହୋଇଛି । ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅଞ୍ଚଳ ଗୁର୍ଲା ଗାଁରେ ଜଣ ଭଣ୍ଡବାବାକୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ ।

ଭଣ୍ଡବାବାକୁ କାବୁ କଲେ ଗ୍ରାମବାସୀ

ସଇଁତଳା କଣ୍ଡକେଲ ଗ୍ରାମ ପଞ୍ଚାୟତ ଗୁର୍ଲା ମାଲ ଗ୍ରାମରେ ଥିବା ଏକ ମଠରେ ଜଣେ ବ୍ୟକ୍ତି ତୁଳସୀ ବାଦଲ ଦାସ ଯିଏକି ନିଜକୁ ବାବା ବୋଲି କହି ଆସୁଥିଲେ । ତାଙ୍କ ଆଚରଣରେ ଲୋକେ ସନ୍ଦେହ କରି ତାଙ୍କୁ ଏକ ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ ।

ଜାହାପର ସଇଁତଳା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ବାବାକୁ ଉଦ୍ଧାର କରିଛି । ବାବାଙ୍କ ମଠର ତଲାସି ନେବା ପରେ ତାଙ୍କଠୁ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଜବତ କରିଛି । ଏ ଦିଗରେ ପୋଲିସ ଅଧିକ ତଦନ୍ତ ରଖିଥିବା ଜଣାପଡିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ABOUT THE AUTHOR

...view details