ବଲାଙ୍ଗୀର : ଜିଲ୍ଲାର ସଇଁତଳା ବ୍ଲକ ଓ ବାଦିପଡ଼ା ଅଞ୍ଚଳକୁ ଯୋଗାଯୋଗ ପାଇଁ ନଦୀ ଉପରେ ବ୍ରିଜ ଦାବି କରି ଜଳ ସତ୍ୟାଗ୍ରହ ଆରମ୍ଭ ହୋଇଛି। ସାତଟି ପଞ୍ଚାୟତର ଲୋକେ ନଦୀ ପାଣିରେ ବସି କରୁଛନ୍ତି ଆନ୍ଦୋଳନ । ତେବେ ସଇଁତଳା ଓ ବାଦୀପଡା ମଝିରେ ଥିବା ଲାନ୍ଥ ନଦୀରେ ବ୍ରିଜ ନିର୍ମାଣ ଦାବି ନେଇ କୋଶଳ ଯୁବ ସମନ୍ୱୟ ସମିତି ଓ ସଇଁତଲା,ଡୁଙ୍ଗୁରିପାଲି, ଆମ୍ବପାଳି, ଘୁଂସର ଓ କଂସର ପଞ୍ଚାୟତର ଶତାଧିକ ଲୋକେ ଆଜି(ସୋମବାର) ଲାନ୍ଥନଦୀରେ ଜଳ ସତ୍ୟାଗ୍ରହ ଆରମ୍ଭ କରିଦେଇଛନ୍ତି ।
ତେବେ ସଇଁତଲା ଓ ବାଦୀପଡାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରେ ସଇଁତଲା ଓ ବାଦୀପଡା ମଧ୍ୟରେ ଲାନ୍ଥ ନଦୀ ରହିଛି । ଏନେଇ ଲୋକେ ବିପଦ ସଙ୍କୁଳ ଭାବରେ ଯାଆସ କରିଥାନ୍ତି। ଯେଉଁଥିରେ ଡୁଙ୍ଗୁରିପାଲି,ଆମ୍ବପାଲି, ଘୁନସର, କଂସର ଅଞ୍ଚଳର ଜନସାଧାରଣ ସ୍କୁଲ, କଲେଜ ଓ ସ୍ବାସ୍ଥ୍ୟ ସେବା ପାଇଁ ସଇଁତଲା ଉପରେ ନିର୍ଭର କରିଥାନ୍ତି। ଏବଂ ଏହି ନଦୀ ସବୁବେଳେ ସମସ୍ୟା ପାଲଟିଥିବା ବେଳେ ବର୍ଷା ଦିନରେ ଏସବୁ ଅଞ୍ଚଳ ବିଚ୍ଛିନ୍ନ ହୋଇଥାଏ। ସେପଟେ ଲୋକଙ୍କ ଦାବିକୁ ନେଇ ରାଜ୍ୟ ସରକାର ଏହି ଲାନ୍ଥ ନଦୀରେ ବ୍ରିଜ ନିର୍ମାଣ ପାଇଁ ୨୦୧୬ ଜାନୁଆରୀ ୧ରେ ଏଠି ବ୍ରିଜ ନିର୍ମାଣ ପାଇଁ ପ୍ରସ୍ତାବ ହୋଇଥିଲା । ସେହିପରି ଏହାର ଶିଳାନ୍ୟାସ ନିଜେ ମୁଖ୍ୟମନ୍ତ୍ରୀ କରିଥିଲେ।