ଓଡିଶା

odisha

ETV Bharat / state

ସହକାରୀ ଯନ୍ତ୍ରୀଙ୍କ ଘରୁ 2 କୋଟି ଜବତ, ଗଣିବାକୁ ଲାଗିଲା ମେସିନ୍‌

ପ୍ରଥମ ପତ୍ନୀଙ୍କୁ ଲୁଚାଇ ଦ୍ବିତୀୟଙ୍କ ପାଖରେ ରଖିଥିଲେ ଦୁଇ କୋଟି । କ୍ଷୁଦ୍ର ଜଳସେଚନ ବିଭାଜନର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳ ଘରୁ ଏତେ ପରିମାଣରେ ଟଙ୍କା ଜବତ ହୋଇଛି । ଅଧିକ ପଢ଼ନ୍ତୁ

ପ୍ରଥମ ପତ୍ନୀଙ୍କୁ ଲୁଚାଇ ଦ୍ୱିତୀୟଙ୍କ ପାଖରେ ରଖିଥିଲେ ଦୁଇ କୋଟି
ପ୍ରଥମ ପତ୍ନୀଙ୍କୁ ଲୁଚାଇ ଦ୍ୱିତୀୟଙ୍କ ପାଖରେ ରଖିଥିଲେ ଦୁଇ କୋଟି

By

Published : Apr 8, 2022, 7:06 AM IST

ବ୍ରହ୍ମପୁର:ପ୍ରଥମ ପତ୍ନୀଙ୍କୁ ଲୁଚାଇ ଦ୍ବିତୀୟଙ୍କ ପାଖରେ ରଖିଥିଲେ ଦୁଇ କୋଟି । ଆଉ ଯାହାକୁ ଧରିନେବାରେ ସକ୍ଷମ ହୋଇଛି ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ । ଗତ ଦୁଇ ଦିନ ଧରି ଭିଜିଲାନ୍ସ ହାତରେ ଧରାପଡି ଏକପ୍ରକାର କଲବଲ ହୋଇସାରିଥିବା ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଏମ୍.ଆଇ ଡିଭିଜନର କୁବେର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ପିଛା ଛାଡୁନି ବିଭାଗ । ଅସାଧୁ ଉପାୟରେ ଠୁଳ କରିଥିବା ସମ୍ପତ୍ତିକୁ ପର୍ଦ୍ଦାଫାସ କରୁଛି ଭିଜିଲାନ୍ସ । କ୍ଷୁଦ୍ର ଜଳସେଚନ ବିଭାଜନର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭଭନ ସମେତ ଭୁବନେଶ୍ବରରେ ରହିଥିବା ବିଭିନ୍ନ ଘରକୁ ମିଶାଇ ମୋଟ ଛଅ ଗୋଟି ସ୍ଥାନରେ ଚଢ଼ାଉ କରିଥିଲା ।

ପ୍ରଥମ ପତ୍ନୀଙ୍କୁ ଲୁଚାଇ ଦ୍ୱିତୀୟଙ୍କ ପାଖରେ ରଖିଥିଲେ ଦୁଇ କୋଟି

ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସହ ପ୍ରାୟ ଦୁଇ କୋଟି ୭୬ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଥିଲା ପୋଲିସ । ଯେଉଁଥିରେ ତାଙ୍କ ସରକାରୀ ବାସଭବନ ସମେତ ରାଜଧାନୀ ଘରୁ ଦୁଇ ଲକ୍ଷ ୫୦ ହଜାର ୮୮୦ ଟଙ୍କା ଜବତ କରାଯାଇଥିଲା । ହେଲେ କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ବରଙ୍କ ଦ୍ବିତୀୟ ପତ୍ନୀ କଳ୍ପନା ପ୍ରଧାନ ଟାଟା ଆରିୟାନା ଫ୍ଲାର୍ଟ -୫୦୫ ଉପରେ ଚଢ଼ଉ କରି ଏହି ବିଡାବିଡା ଟଙ୍କାକୁ ପାଇଛି ଭିଜିଲାନ୍ସ ବିଭାଗ । ଏପରିକି ଏତେ ପରିମାଣର ଅର୍ଥ ମିଳିବା ପରେ ଏହାକୁ ଗଣତି କରିବା ପାଇଁ ଭିଜିଲାନ୍ସ ବିଭାଗ ଟଙ୍କା ଗଣତି ମେସିନ ବ୍ୟବହାର କରିଥିବା ଜଣାଯାଇଛି । ହେଲେ ଦ୍ବିତୀୟ ପତ୍ନୀଙ୍କ ଠାରୁ ଏତେ ପରିମାଣର ଅର୍ଥ ଥିବା ଜାଣିପାରିବା ପରେ ଭିଜିଲାନ୍ସ ବିଭାଗ ଆଉ କାହା ପାଖରେ କେତେ ଅର୍ଥ ରହିଛି ତାହାକୁ ନେଇ ଅଧିକ ଖୋଳତାଡ଼ କରିପାରେ ଚର୍ଚ୍ଚା ଜୋରଧରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details