ଓଡିଶା

odisha

ETV Bharat / state

ଭିଜିଲାନ୍ସ ଜାଲରେ ସରକାରୀ ଦମ୍ପତି - ଭିଜିଲାନ୍ସ

ଫସିଛନ୍ତି ସରକାରୀ ଦମ୍ପତି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଞ୍ଚ ଜାରି ରଖିଛି ଭିଜିଲାନ୍ସ ।

ଡ଼ିଜାଇନ ଫଟୋ

By

Published : Sep 20, 2019, 1:04 PM IST

ବଲାଙ୍ଗୀର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫସିଛନ୍ତି ସରକାରୀ ଚାକିରିଆ ଦମ୍ପତି । ସ୍ବାମୀ ତ୍ରିନାଥ ସେଠୀ ଜିଲ୍ଲା ଅବକାରୀ ବିଭାଗର ବରିଷ୍ଠ କିରାଣୀ ଥିବାବେଳେ ବଲାଙ୍ଗୀର ୱେସ୍କୋ କାର୍ଯ୍ୟାଳୟରେ ଆକାଉଣ୍ଟାଣ୍ଟ ରହିଛନ୍ତି ପତ୍ନୀ ସୀତାରାଣୀ ସେଠୀ ।

ଉଭୟଙ୍କ ନାମରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଆଜି ତାଙ୍କ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ ଏକକାଳୀନ ଚଢାଉ କରିଛି ପାଞ୍ଚଟି ଟିମ୍ । ବର୍ତମାନ ସୁଦ୍ଧା ବଲାଙ୍ଗୀରସ୍ଥିତ ବାସଭବନରୁ 75 ହଜାର ନଗଦ ଟଙ୍କା ଜବତ କରିଛି ଟିମ୍ । ଏଥିସହିତ ସୁନା ଗହଣା , ବ୍ୟାଙ୍କ ଖାତା ଓ ଜମି କାଗଜପତ୍ର ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଅଧିକାରୀ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଏହି ଚଢାଉରେ ବଲାଙ୍ଗୀର, ବରଗଡ଼, ଝାରସୁଗୁଡା,ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଭିଜିଲାନ୍ସ ବିଭାଗ ସାମିଲ ରହିଛନ୍ତି । ସମ୍ପତ୍ତି ଆକଳନ ଜାରି ରହିଥିବା ବେଳେ ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ଭିଜିଲାନ୍ସ ଅଧିକାରୀ । ଅନ୍ୟପଟେ କୌଣସି ଆୟବର୍ହିଭୂତ ସମ୍ପତ୍ତି ଠୁଳ କରି ନାହାଁନ୍ତି ବୋଲି ସଫେଇ ଦେଇଛନ୍ତି ତ୍ରିନାଥ ସେଠୀ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details