ବଲାଙ୍ଗୀର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରି ଫସିଲେ ସହକାରୀ ଯନ୍ତ୍ରୀ । ଏପରି ଅଭିଯୋଗରେ ଛନ୍ଦି ହୋଇଛନ୍ତି ପାଟଣାଗଡ଼ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ କିଶୋର ପାତ୍ର । ଭିଜିଲାନ୍ସ ବିଭାଗର ପାଞ୍ଚଟି ଟିମ୍ ଚାରୋଟି ସ୍ଥାନରେ ଜାରି ରଖିଛି ମିଳିତ ଚଢାଉ ।
ଆଜି ଭୋରରୁ ଭିଜିଲାନ୍ସ ଟିମ୍ କିଶୋରଙ୍କ ଘରେ ଆରମ୍ଭ କରିଛି ଚଢାଉ । ପାଞ୍ଚଟି ଟିମ୍ ଚାରୋଟି ସ୍ଥାନରେ ଜାରି ରଖିଛି ଯାଞ୍ଚ । ଯେଉଁଥିରେ ପାଟଣାଗଡ଼ରେ ଥିବା ଦୁଇଟି ଘର, ଅଫିସ୍ ଓ ତାଙ୍କ ଭାଇଙ୍କ ଘରେ ଏକ କାଳୀନ ଏହି ଚଢାଉ ଜାରି ରହିଛି ।