ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଆଉ ଏକ ବରିଷ୍ଠ କିରାଣୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କିରାଣୀଙ୍କ ଏକ କାଳୀନ ପାଞ୍ଚଟି ସ୍ଥାନରେ ଚଢାଉ ଜାରିରଖିଛି ଭିଜିଲାନ୍ସ ।
ସୂଚନା ଅନୁଯାୟୀ ବଲାଙ୍ଗୀର ପୁଇନ୍ତଳା ବ୍ଲକରେ କାର୍ଯ୍ୟରତ ବରିଷ୍ଠ କିରାଣୀ ରବୀନ୍ଦ୍ର ମହାନ୍ତିଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ରବିନ୍ଦ୍ରଙ୍କ ନାମରେ ଥିବା ଏକକାଳୀନ ୫ଟି ସ୍ଥାନରେ ଚଢାଉ କରାଯାଇଛି । ପୂର୍ବରୁ ତାଙ୍କ ନାମରେ ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ହେବା ପରେ ଆଜି(ଶନିବାର) ବଲାଙ୍ଗୀର ଭିଜିଲାନ୍ସ ଚଢାଉ କରିଛି ।
ରବୀନ୍ଦ୍ରଙ୍କ ବଲାଙ୍ଗୀର ସାଗର ପଡ଼ାରେ ଥିବା ତାଙ୍କର ବାସ ଭବନ, ପୁଇନ୍ତଳା ବ୍ଲକ କାର୍ଯ୍ୟାଳୟ, ତୁଷୁରା ଦାହିମାଲରେ ଥିବା ପୈତୃକ ବାସଭବନ ଓ ତୁଷୁରା ସହର ସ୍ଥିତ ଆଉ ଏକ ଘରେ ଭିଜିଲାନ୍ସ ଚଢାଉ ଜାରିରଖିଛି । ତେବେ ଚଢାଉରେ ବଲାଙ୍ଗୀର, ସମ୍ବଲପୁର, ବରଗଡ, ସୁବର୍ଣ୍ଣପୁର ଭିଜିଲାନ୍ସ ଟିମ୍ ସାମିଲ ଥିବା ଜଣାପଡିଛି । ଖବର ଲେଖାହେବା ସୁଦ୍ଧା ଲକ୍ଷାଧିକ ଟଙ୍କାର ଜମିବାଡ଼ି ଘର ସୁନା ଗହଣା ଭିଜିଲାନ୍ସ ହାତରେ ଲାଗିଥିବା ସୂଚନା ମିଳିଛି । ତେବେ ତଦନ୍ତ ସରିବା ପରେ ସଠିକ୍ ତଥ୍ୟ ମିଳିବା ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ