ଓଡିଶା

odisha

ETV Bharat / state

ସୁକତେଲ ବ୍ରିଜ ଭୁଶୁଡ଼ିବା ଘଟଣାକୁ 6 ମାସ, ଭିଜିଲାନ୍ସ ତଦନ୍ତ ଆରମ୍ଭ - Suktel River bridge collapse incident

ବଲାଙ୍ଗୀର ମୁଦଳ ସର ଗ୍ରାମ ସୁକ୍ତେଲ ନଦୀ ଉପରେ ନବନିର୍ମିତ ବ୍ରିଜ ଭୁଶୁଡ଼ିବା ଘଟଣାକୁ ଦୀର୍ଘ 6 ମାସ ବିତି ଯାଇଥିବା ବେଳେ ଏବେ ଏହାର ହେବ ଭିଜିଲାନ୍ସ ତଦନ୍ତ । ତେବେ ଓଡ଼ିଶା ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ଏହି ତଦନ୍ତ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

Vigilance investigation started of Suktel River bridge collapse incident
ବଲାଙ୍ଗୀର ସୁକ୍ତେଲ ବ୍ରିଜ ଭୁଶୁଡ଼ିବା ଘଟଣାକୁ 6 ମାସ, ଭିଜିଲାନ୍ସ ତଦନ୍ତ ଆରମ୍ଭ

By

Published : Nov 1, 2020, 8:30 AM IST

ବଲାଙ୍ଗୀର: ବଲାଙ୍ଗୀର ମୁଦଳ ସର ଗ୍ରାମ ସୁକତେଲ ନଦୀ ଉପରେ ନବନିର୍ମିତ ବ୍ରିଜ ଭୁଶୁଡ଼ିବା ଘଟଣାର ଏବେ ହେବ ଭିଜିଲାନ୍ସ ତଦନ୍ତ । ତେବେ ଓଡ଼ିଶା ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ଏହି ତଦନ୍ତ ଆରମ୍ଭ ହୋଇଛି । ସୂଚନାମୁତାବକ, ଗତ ଏପ୍ରିଲ ମାସ 29 ତାରିଖରେ ଏହି ନବନିର୍ମିତ ବ୍ରିଜ ଭୁଶୁଡ଼ି ପଡ଼ିଥିଲା ଏବଂ ଏହାତଳେ ଚାପି ହୋଇ ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା। ତେବେ ଉକ୍ତ ଘଟଣାକୁ ଦୀର୍ଘ 6 ମାସ ବିତି ଯାଇଥିବା ବେଳେ ଏବେ ଏହାର ଭିଜିଲାନ୍ସ ତଦନ୍ତ ହେବ।

ବଲାଙ୍ଗୀର ସୁକ୍ତେଲ ବ୍ରିଜ ଭୁଶୁଡ଼ିବା ଘଟଣାକୁ 6 ମାସ, ଭିଜିଲାନ୍ସ ତଦନ୍ତ ଆରମ୍ଭ

ବଲାଙ୍ଗୀର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ସାତ କୋଟି ଟଙ୍କା ବ୍ୟୟରେ ଏହି ବ୍ରିକ୍ରର ନିର୍ମାଣ ଗତ 2015ରେ ଆରମ୍ଭ ହୋଇଥିଲା ଏବଂ ବଲାଙ୍ଗୀର ରାମ କୁମାର ଅଗ୍ରୱାଲ ଠିକା କମ୍ପାନୀ ଏହାର କାମ କରିଥିଲା। ମାତ୍ର ଚାରି ବର୍ଷ ମଧ୍ୟରେ ଏହି ବ୍ରିଜ ନିର୍ମାଣ ଶେଷ ହୋଇଥିବା ବେଳେ ସଂପୃକ୍ତ କମ୍ପାନୀ 53 ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ପାଇଥିଲା। ସେପଟେ ଅତି ନିମ୍ନ ମାନର କାମ ଯୋଗୁ ବ୍ରିଜର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଥିଲା। ଫଳରେ ସଂପୃକ୍ତ ଠିକା କମ୍ପାନୀ ବିନା ଅନୁମତି ଓ ବିଭାଗୀୟ ଅନୁକମ୍ପାରେ ପୁଣି ବ୍ରିଜ ସଜାଡ଼ିବା କାମ କରୁଥିବା ବେଳେ ଏକ ଶ୍ଳାବ ଭୁଶୁଡ଼ି ପଡ଼ିଥିଲା। ଯେଉଁଥିରେ ବିହାରର ଦୁଇ ଜଣ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା।

ଏହି ଘଟଣା ପରେ ବ୍ରିଜର ପ୍ରୋଜେକ୍ଟ ମେନେଜରକୁ ପୋଲିସ୍ ଗିରଫ କରିଥିବା ବେଳେ ଅନ୍ୟ ମାନେ ଫେରାର ଥିଲେ। ଏବେ ମାମଲା ଟିକେ ଶାନ୍ତ ପଡ଼ିଥିବା ବେଳେ ଏବେ ଲୋକାୟୁକ୍ତଙ୍କ ନିର୍ଦେଶରେ କ୍ରମେ ପୁଣି ଖୋଲ ତାଡ଼ ହେବ। ତେବେ ଭିଜିଲାନ୍ସ ବିଭାଗ ଗ୍ରାମ୍ୟ ଉନ୍ନୟନ ବିଭାଗର ପୂର୍ବତନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବିଭୁଦେନ୍ଦ୍ର ମେହେର, ସୁଧାଂଶୁ ଶେଖର ମହାପାତ୍ର, ଠିକା କମ୍ପାନୀର ଏମଡି ସଞ୍ଜୟ ଅଗ୍ରୱାଲ ନାଆଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆସନ୍ତା ତିନି ମାସ ମଧ୍ୟରେ ଏହାର ତଦନ୍ତ ରିପୋର୍ଟ ଲୋକାୟୁକ୍ତଙ୍କୁ ଦିଆ ଯିବ ବୋଲି ବିଭାଗ କହିଛି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ABOUT THE AUTHOR

...view details