ଓଡିଶା

odisha

ETV Bharat / state

ଥଇଥାନ ଦାବିରେ ଉଠା ଦୋକୀଙ୍କ ଆନ୍ଦୋଳନ - ଥଇଥାନ ଦାବି

ବଲାଙ୍ଗୀର ସହରେ ମଧ୍ୟରେ ଥଇଥାନ ଦାବି କରିଛନ୍ତି ଉଠା ଦୋକାନୀ । ଏନେଇ ସମସ୍ତେ ବଲାଙ୍ଗୀର ଟାଉନ ଥାନା ଘେରାଉ କରିଛନ୍ତି। ଅଧିକ ପଢନ୍ତୁ..

ଥଇଥାନ ଦାବିରେ ଉଠା ଦୋକୀଙ୍କ ଆନ୍ଦୋଳନ
ଥଇଥାନ ଦାବିରେ ଉଠା ଦୋକୀଙ୍କ ଆନ୍ଦୋଳନ

By

Published : Dec 12, 2020, 8:43 PM IST

ବଲାଙ୍ଗୀର: ସହର ମଧ୍ୟରେ ଥିବା ସବୁ ମୁଖ୍ୟ ରାସ୍ତାରୁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରିଛି ପ୍ରଶାସନ। ଯାହାକୁ ନେଇ ଉଠା ଦୋକାନୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ସେମାନେ ଉଚିତ୍‌ ଥଇଥାନ ଦାବିରେ ଆନ୍ଦୋଳନ କରିଛନ୍ତି। ଏଥିସହ ବଲାଙ୍ଗୀର ଟାଉନ ଥାନା ଘେରାଉ କରିଛନ୍ତି।

ଥଇଥାନ ଦାବିରେ ଉଠା ଦୋକୀଙ୍କ ଆନ୍ଦୋଳନ

ବଲାଙ୍ଗୀର ସହର ମଧ୍ୟରେ ଥିବା ଉଠାଦୋକାନୀ ମାନେ ଦୀର୍ଘ ବର୍ଷରୁ ରାସ୍ତା କଡରେ ବ୍ୟବସାୟ କରି ଆସୁଥିଲେ। ହେଲେ ଏଥର କୋରୋନା ଲକଡାଉନ ଯୋଗୁଁ ସେମାନେ ବ୍ୟବସାୟ ହରାଇ ସର୍ବସ୍ବାନ୍ତ ହୋଇପଡିଛନ୍ତି । ଏଭଳି ସମୟରେ ଉଚ୍ଛେଦ କରିବାକୁ ତୀବ୍ର ବିରୋଧ କରିଛନ୍ତି ସମସ୍ତେ। ସେହିପରି ଏମାନଙ୍କୁ ଦିଆଯାଇଥିବା ସହର ମଧ୍ୟର ବିଭିନ୍ନ ଚାରୋଟି ସ୍ଥାନ ଏମାନଙ୍କ ପାଇଁ ଯଥେଷ୍ଟ ନୁହେଁ ବୋଲି କହିଛନ୍ତି।

ଏଣୁ ତାଙ୍କୁ ଉଚିତ ଥଇଥାନ କରାଯାଉ ନଚେତ ଆଗାମୀ ଦିନରେ ଏମାନେ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details