ଓଡିଶା

odisha

By

Published : Oct 18, 2019, 4:37 PM IST

ETV Bharat / state

ଷ୍ଟେଟ ବ୍ୟାଙ୍କକୁ ବିରୋଧ, ଧାରଣାରେ ବସିଲେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ

ଏସବିଆଇ ବ୍ୟାଙ୍କର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ଧାରଣାରେ ବସିଲେ ବଲାଙ୍ଗୀରର ପ୍ରାୟ 15ଟି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ।

ଧାରଣାରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ

ବଲାଙ୍ଗୀର: ଏସବିଆଇ ଅଧିନରେ ଥିବା ସମସ୍ତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀମାନେ ଶୁକ୍ରବାର ବଲାଙ୍ଗୀର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଏସବିଆଇ ବ୍ୟାଙ୍କର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରାଯାଉଛି । ଏହାସହ ଏହି ଆନ୍ଦୋଳନ ଜରିଆରେ ବିଭିନ୍ନ ପ୍ରକାର ଦାବି କରାଯାଇଛି । ଦାବି ପୂରଣ ନହେଲେ ଆଗକୁ ସମଗ୍ର ଭାରତ ଗ୍ରାମ୍ୟବ୍ୟାଙ୍କ ବନ୍ଦ ଆନ୍ଦୋଳନରେ ସାମିଲ ହେବ ବୋଲି ଚେତାବନୀ ଦେଇଛନ୍ତି ଧାରଣାରେ ବସିଥିବା ବ୍ୟାଙ୍କ କର୍ମଚାରୀ ।

ଧାରଣାରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ


ଏହି ଧାରଣାରେ ଜିଲ୍ଲାର ସମର୍ଥିତ 15 ଟି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀମାନେ ସାମିଲ ହୋଇଛନ୍ତି । ତେବେ ଏମାନେ ଏସବିଆଇ ବ୍ୟାଙ୍କର ମନମୁଖୀ କାର୍ଯ୍ୟକଳାପକୁ ଘୋର ବିରୋଧ କରିଛନ୍ତି । ଏସବିଆଇ ବ୍ୟାଙ୍କ ସବୁ ସରକାରୀ ନିୟମକୁ ଉଲଙ୍ଘନ କରି ଗ୍ରାମ୍ୟ ବ୍ୟାଙ୍କ ଗୁଡିକୁ ନିଜ ମୁତାବକ ଚାଲିବାର ପ୍ରୟାସ କରୁଥିବାର ଏମାନେ ଅଭିଯୋଗ କରିଛନ୍ତି । ତେବେ ଆଗକୁ ଏମାନେ ରାଜ୍ୟ ସ୍ଥାରୀୟ ଆନ୍ଦୋଳନରେ ସାମିଲ ହେବା ସହ ସମଗ୍ର ଭାରତ ଗ୍ରାମ୍ୟ ବ୍ୟାଙ୍କ ବନ୍ଦ ଡାକରା ଦେବେ ବୋଲି ଆହ୍ବାନ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details