ବଲାଙ୍ଗୀର: ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ମୃତଦେହ ନେବାକୁ ମନା କରିଦେଲେ ପରିବାର ଲୋକେ । ଶେଷରେ ମୃତଦେହ ସତ୍କାର କଲେ ସ୍ବେଚ୍ଛାସେବୀ ସଂଗଠନ । ମୃତ କଏଦୀ ଜଣକ ହେଉଛନ୍ତି ବେଲାପଡା ଥାନା ଅନ୍ତର୍ଗତ ସର୍ଗି ଗୁଡା ଗ୍ରାମର ନିବାସୀ ସୁନାଧର ବାଗ । ସେ ଗତ 16 ବର୍ଷ ହେବ ଏକ ହତ୍ୟା ମାମଲାରେ ବଲାଙ୍ଗୀର ଜେଲରେ ଥିଲେ ।
ଗତ 2007ରେ ତାଙ୍କର ସମ୍ପର୍କୀୟ ପୁତୁରାକୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇ ବଲାଙ୍ଗୀର ଜେଲରେ ରହିଥିଲା ସୁନାଧର ବାଗ । ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଦୁଇ ଦିନ ହେବ ସେ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲରେ ଚିକିତ୍ସାଧୀନ ଥିଲା । ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ସେପଟେ ମୃତ୍ୟୁ ପରେ ଏନଏଚଆରସି ନିୟମ ଅନୁଯାୟୀ ମୃତଦେହ ବ୍ୟବଚ୍ଛେଦ ହୋଇଥିଲା । ତେବେ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକେ ମୃତଦେହ ନେବାକୁ ଅସମର୍ଥ ହେବାରୁ ବଲାଙ୍ଗୀର ବିଙ୍ଗ ହ୍ୟୁମାନ ସଂଗଠନ ତାଙ୍କର ମୃତଦେହ ସତ୍କାର କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ନୀତି ଆୟୋଗ ବୈଠକ: ନବୀନଙ୍କ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ କଂଗ୍ରେସର ସମାଲୋଚନା
ମୃତ କଏଦୀ ସୁନାଧର ବାଗ ହତ୍ୟା ମାମଲାରେ 2007ରୁ ଜେଲରେ ଥିଲା । ତାଙ୍କର ଦୁଇ ଝିଅ ରହିଛନ୍ତି । ଗତକାଲି ସୁନାଧର ବାଗ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ହେଲେ ସେମାନେ ମୃତଦେହ ନେବାକୁ ସମର୍ଥ ନଥିବାର କହିଥିବା ବେଳେ ତାଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ ଓ ପରେ ବିଙ୍ଗ ହ୍ୟୁମାନ ସଂଗଠନ ମୃତଦେହ ଦାହ କରିଥିଲା ।