ବଲାଙ୍ଗୀର: 76 ବର୍ଷର ପୁରାତନ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଜମି ସମସ୍ୟା ସମାଧାନ ହୋଇ ପାରୁନାହିଁ । ରାଜ ପରିବାର ଏଥିପାଇଁ 200 ଏକର ଜମି ଦାନ କରିଥିବାବେଳେ ଏହି ଜମି ଏବେ କେଉଁଠି ତାର ଠାବ କରିପାରୁନି ପ୍ରଶାସନ । ସେହିପରି କଲେଜ ନାଁରେ କୌଣସି ଜମି ଜମା ରେକର୍ଡ ନ ଥିବା ବେଳେ ଆଗକୁ ବିକାଶ ପାଇଁ ବାଧା ଉପୁଜିବ ବୋଲି ଆଶଙ୍କା କରାଯାଉଛି ।
ଜିଲ୍ଲାର ସର୍ବ ପୁରାତନ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଜମି ସମସ୍ୟା ତୁଟି ପାରୁ ନାହିଁ। ସେପଟେ UGC ଏହି କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଛି। ଏବଂ ଆଗକୁ ଏହି ବିଶ୍ବବିଦ୍ୟାଳୟର ବିକାଶ ପାଇଁ ଏହି ଜମି ସମସ୍ୟା ଏକ ବଡ ସମସ୍ୟା ହୋଇ ଛିଡା ହେବ। ତେବେ ଏହାକୁ ନେଇ ଜିଲ୍ଲାର ସବୁ ସଂଗଠନ ଓ ବ୍ୟକ୍ତି ବିଶେଷ ଆଗକୁ ଆସିବା ଆରମ୍ଭ କଲେଣି। ଏହି ଭଳି କଲେଜ ପୁରାତନ ଛାତ୍ର ସଂସଦର ସଦସ୍ୟ ମାନେ ମଧ୍ୟ ଆଗକୁ ଆସି କଲେଜର ଜମି ଚିହ୍ନଟ କରିବା ସହ କଲେଜ ନାଁରେ ଜମି ହସ୍ତାନ୍ତର କରିବାର ଦାବି କରି ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି।