ଓଡିଶା

odisha

ଭୀମ ଭୋଇ ମେଡିକାଲରେ ଅଲଟ୍ରାସାଉଣ୍ଡ ଟେଷ୍ଟ ବନ୍ଦ, ହନ୍ତସନ୍ତ ରୋଗୀ

By

Published : Jun 1, 2022, 12:33 PM IST

ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ବନ୍ଦ ରହିଛି ଅଲଟ୍ରାସାଉଣ୍ଡ ଟେଷ୍ଟ । ଚିକିତ୍ସା ନପାଇ ହଇରାଣ ହେଉଛନ୍ତି ରୋଗୀ । ଅଧିକ ପଢ଼ନ୍ତୁ

ଭୀମ ଭୋଇ ମେଡିକାଲରେ ବନ୍ଦ ରହିଛି ଅଲଟ୍ରାସାଉଣ୍ଡ ଟେଷ୍ଟ
ଭୀମ ଭୋଇ ମେଡିକାଲରେ ବନ୍ଦ ରହିଛି ଅଲଟ୍ରାସାଉଣ୍ଡ ଟେଷ୍ଟ

ବଲାଙ୍ଗୀର: ଭୀମ ଭୋଇ ମେଡିକାଲରେ ବନ୍ଦ ରହିଛି ଅଲଟ୍ରାସାଉଣ୍ଡ ଟେଷ୍ଟ । ଚିକିତ୍ସା ନପାଇ ହଇରାଣ ହେଉଛନ୍ତି ରୋଗୀ । ଫଳରେ ଦୂର ଦୂରାନ୍ତରୁ ଆସୁଥିବା ରୋଗୀ ଏବେ ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ ହଇରାଣ ହେଉଛନ୍ତି । ତେବେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ ଡାକ୍ତରଖାନା ଉପରେ ବଲାଙ୍ଗୀର ଜିଲ୍ଲା ଓ ଆଖ ପାଖ ପାଞ୍ଚଟି ଜିଲ୍ଲାର ଲୋକେ ନିର୍ଭର କରିଥାନ୍ତି ।

ଦୈନିକ ପାଞ୍ଚ ଶହରୁ ଅଧିକ ରୋଗୀ ବିଭିନ୍ନ ସ୍ଥାନରୁ ରେଫର ହୋଇ ଏଠିକୁ ଆସନ୍ତି । ତେବେ ଏଠି ଚିକିତ୍ସା ପାଇଁ ନିହାତି ଭାବରେ ଆବଶ୍ୟକ ଥିବା ଅଲଟ୍ରାସାଉଣ୍ଡ ଟେଷ୍ଟ ଉପରେ ମଧ୍ୟ ସମସ୍ତେ ନିର୍ଭର କରିଥାନ୍ତି । ଯେଉଁଥିରେ ବିଶେଷ କରି ଗର୍ଭବତୀ ମହିଳାଙ୍କ ଏହି ଟେଷ୍ଟ ନିହାତି ଆବଶ୍ୟକ ଥିବା ବେଳେ ଦୀର୍ଘ ସାତ ଦିନରୁ ଏହି ଟେଷ୍ଟ ଏଠି ହୋଇ ପାରୁନାହିଁ । ଫଳରେ ଚିକିତ୍ସାରେ ବାଧା ଉପୁଜିଛି ।

ସେହିପରି ରୋଗୀ ଏଥିପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ସେପଟେ ସଠିକ୍ ସମୟରେ ଚିକିତ୍ସା ନପାଇ ରୋଗୀ ଅନ୍ୟତ୍ର ସ୍ଥାନାନ୍ତର ହୋଇ ଅହେତୁକ ଖର୍ଚ୍ଚ ସହ ହଇରାଣ ହେଉଛନ୍ତି । ସେପଟେ ଏଠି ଅଲଟ୍ରାସାଉଣ୍ଡ କରୁଥିବା ଡ଼ାକ୍ତର ପ୍ରଥମେ ଛୁଟିରେ ଥିବା ବେଳେ ଏବେ ସେ ଇସ୍ତଫା ଦେବାରୁ ଏହି ପରିସ୍ଥିତି ଉପୁଜି ଥିବାର ମେଡିକାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details