ବଲାଙ୍ଗୀର: ପାନୀୟ ଜଳର ଅସୁବିଧା ସମ୍ମୁଖୀନ ହେଉଥିଲେ ଲୋକେ । ସମସ୍ୟାର ସମାଧାନ ପାଇଁ ଚରମ ନିଷ୍ପତ୍ତି ନେଲେ ଜିଲ୍ଲା ପରିଷଦ ସଭ୍ୟା । 70 ଫୁଟ୍ ଉଚ୍ଚ ପାଣି ଟାଙ୍କି ଉପରକୁ ଚଢ଼ି ଆତ୍ମହତ୍ୟା ଧମକ ସହ ଧାରଣା ଦେଲେ ଦୁଇ ଜିଲ୍ଲା ପରିଷଦ ସଭ୍ୟା । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଧୁମାଭଟା ଗ୍ରାମରେ। ଦୀର୍ଘ ଘଣ୍ଟାର ବିପଦପୂର୍ଣ୍ଣ ଭାବରେ ଧାରଣାରେ ପ୍ରଶାସନ ଓ ପୋଲିସ ହେଲା ନାକେଦମ । ପ୍ରତିଶ୍ରୁତି ପରେ ଦୁଇ ଜିଲ୍ଲା ପରିଷଦ ସଭ୍ୟା ସୁରକ୍ଷିତ ଭାବେ ପାଣି ଟାଙ୍କିରୁ ଓହ୍ଲାଇଥିବା ସୂଚନା ମିଳିଛି ।
ଧୁମାଭଟା ଗ୍ରାମରେ ପିଇବା ପାଣି ସମସ୍ୟା ଉତ୍କଟ ଥିବା ବେଳେ ତାର ସମାଧାନ ପାଇଁ ଏକ ପାଣି ଟାଙ୍କି ଏଠି ଚାରି ବର୍ଷା ହେବ ନିର୍ମାଣ ହୋଇଛି । ହେଲେ ଏଯାଏଁ ତାହା କାର୍ଯ୍ୟକ୍ଷମ ହୋଇନଥିବାରୁ ଲୋକେ ପାଣି ପାଇଁ ଆଜିବି ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ସେପଟେ ଏହାକୁ ନେଇ ସ୍ଥାନୀୟ 25 ନମ୍ୱର୍ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଶବ୍ଦ ମିର୍ଦ୍ଧା ଓ 26 ନମ୍ୱର୍ ଜିଲ୍ଲାପରିଷଦ ଜୋନ୍ ସଭ୍ୟା ଅନିମା ଦାସ ଗତ 2 ତାରିଖରୁ ପାଣି ଟାଙ୍କି ତଳେ ଧାରଣା ଦେଇଥିଲେ । ତେବେ ସେମାନେ ଧାରଣା ଦେଇଥିବା ବେଳେ ପ୍ରଶାସନ କିମ୍ବା ଗ୍ରାମାଞ୍ଚଳ ଜଳ ଯୋଗାଣ ବିଭାଗ ତାଙ୍କ ଅଭିଯୋଗ ଶୁଣି ନଥିଲେ । ଯାହାପରେ ଆଜି ଦୁଇ ଜିଲ୍ଲା ପରିଷଦ ସଭ୍ୟା ପାଣି ଟାଙ୍କି ଉପରକୁ ଚଢିଯାଇଥିଲେ। ଅଭିଯୋଗ ନଶୁଣିଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ-ଗରୀବଙ୍କୁ ପଲିଥିନ ଦାବି: ବର୍ଷାରେ ଭିଜି 10 ଘଣ୍ଟା ଧାରଣାରେ ବସିଲେ ଜିଲ୍ଲା ପରିଷଦ ସଭ୍ୟା