ଓଡିଶା

odisha

ETV Bharat / state

ପରିତ୍ୟକ୍ତ ବ୍ୟାଗରୁ ବିସ୍ଫୋରଣ, ୨ ଆହତ - ବିସ୍ଫୋରଣ

ବଲାଙ୍ଗୀରରେ ପରିତ୍ୟକ୍ତ ବ୍ୟାଗରୁ ବିସ୍ଫୋରଣ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jun 8, 2023, 10:16 PM IST

ବଲାଙ୍ଗୀର:ଜିଲ୍ଲାର ପାଟଣାଗଡ ଅନ୍ତର୍ଗତ ବିଲେଇ ସାଥି ଗ୍ରାମ ରାସ୍ତାକଡ଼ରେ ପଡ଼ିଥିବା ଏକ ପରିତ୍ୟକ୍ତ ବ୍ୟାଗରୁ ଘଟିଲା ବିସ୍ଫୋରଣ । ଏହି ବିସ୍ଫୋରଣରେ ୨ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗୁରୁତରଙ୍କୁ ବଲାଙ୍ଗୀର ଭିମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ପୋଲିସ ଓ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । କିଏ ଓ କାହିଁକି ଏଠାରେ ବିସ୍ଫୋରଣ ରଖିଥିଲା ତାହା ଏଯାଏଁ ଅସ୍ପଷ୍ଟ ରହିଛି ।

ତେବେ ଏହି ଗ୍ରାମର ସୁବାଷ ଚନ୍ଦ୍ର ସାହୁ ଓ ହେମ ସାଗର ସାହୁ ତାଙ୍କ ଗାଁ ସ୍ଥିତ ନାଳକୁ ଶୌଚ ପାଇଁ ଯାଇଥିଲେ । ତେବେ ଏକ ଗଛ ବୁଦା ନିକଟରେ ଏକ ବ୍ୟାଗ ପଡ଼ିଥିବାର ସେମାନେ ଦେଖିଥିଲେ । ତେବେ ବ୍ୟାଗକୁ ଆଣି ସେଥିରେ କଣ ଅଛି ଜାଣିବା ଲାଗି ସେମାନେ ଯାଞ୍ଚ କରିଥିଲେ। ସେଥିରେ ଏକ ଟିଣ ଡବା ଥିବା ବେଳେ ତାକୁ ଖୋଲିବା ସମୟରେ ତାହା ପ୍ରଚଣ୍ଡ ଶବ୍ଦ କରି ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୨ ଜଣ ଆହତ ହୋଇଥିବା ବେଳେ ହେମ ସାଗର ସାହୁ ଗୁରୁତର ହୋଇ ପଡ଼ିଥିଲେ । ତେବେ ଦୁଇ ଜଣ ଗାଁକୁ ଲହୁ ଲୁହାଣ ହୋଇ ଆସିବା ପରେ ଗ୍ରାମବାସୀ ୨ ଜଣଙ୍କୁ ପାଟଣାଗଡ ଡାକ୍ତରଖାନା ଆଣିଥିଲେ ।

ତେବେ ହେମ ସାଗର ସାହୁଙ୍କ ଶରୀରରେ ସବୁଠି ଗଭୀର କ୍ଷତ ଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ଏହା ପରେ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସେପଟେ ଏହି ବିସ୍ଫୋରଣ ପରେ ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଜମିଛି ଏବଂ ନିଜେ ପାଟଣାଗଡ ଉପଜିଲ୍ଲାପାଳ ଘଟଣା ସ୍ଥଳ ପରିଦର୍ଶନ କରି ଡାକ୍ତରଖାନାରେ ଆହତମାନଙ୍କୁ ଭେଟିଥିଲେ । ସେହିପରି ରେଡ୍‌ କ୍ରସ ପକ୍ଷରୁ ଆହତଙ୍କ ଚିକିତ୍ସା ପାଇଁ ୨୫ ହଜାର ଟଙ୍କା ସେ ଅନୁଦାନ ଦେଇଛନ୍ତି । ସେହିପରି ପାଟଣାଗଡ଼ ପୋଲିସ ମଧ୍ୟ ଉକ୍ତ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି । ତେବେ କିଏ ଓ କାହିଁକି ସେଠି ବ୍ୟାଗରେ ବିସ୍ଫୋରକ ସମାଗ୍ରୀ ରଖିଥିଲା ସେ ନେଇ ସ୍ପଷ୍ଟ ହୋଇନାହିଁ ।

ଏହା ବି ପଢନ୍ତୁ-Viral Video: ସାମ୍ନାକୁ ଆସିଲା ଦୁର୍ଘଟଣା ବେଳର ଭୟଙ୍କର ଭିଡିଓ

ତାହାର ତଦନ୍ତ ପୋଲିସ ଆରମ୍ଭ କରିଛି । ସେପଟେ ଏହି ଅଞ୍ଚଳ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ପୋଲିସ ଏସବୁକୁ ମଧ୍ୟ ତଦନ୍ତାଧୀନ କରିଥିବାର ଜଣା ପଡ଼ିଛି । ଏହିପରି ଏଠିକାର ଲୋକ ବେଆଇନ ଭାବରେ ମାଛ ଓ ଜଙ୍ଗଲୀ ଜନ୍ତୁ ଶିକାର କରିବା ପାଇଁ ମଧ୍ୟ ବିସ୍ଫୋରକ ବ୍ୟବହାର କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଏହି ଉଦ୍ଦେଶ୍ୟରେ ବ୍ୟାଗ ସେଠାରେ ରଖାଯାଇଥିଲା ନା ଆଉ କିଛି ସେ ସବୁର ଏବେ ପୋଲିସ ତଦନ୍ତ କରୁଛି । ସେପଟେ ଆହତ ହୋଇଥିବା ସୁବାସ ଚନ୍ଦ୍ର ସାହୁ କହିଛନ୍ତି, " ସେ ଓ ହେମ ସାଗର ସାହୁ ଶୌଚ ପାଇଁ ଏହି ନାଳକୁ ଯାଇଥିଲେ। ବୁଦା ମୂଳେ ଏକ ବ୍ୟାଗ ପରିତ୍ୟକ୍ତ ଅବସ୍ଥାରେ ପଡିଥିବାର ଦେଖିଥିଲେ। ତେବେ ହେମ ସାଗର ତାକୁ କାଢି ସେଥିରେ ଥିବା ଏକ ଟିଣ ଡବାକୁ ଟାଙ୍ଗିଆରେ ଯାଞ୍ଚ କରିବା ସମୟରେ ତାହା ପ୍ରଚଣ୍ଡ ଶବ୍ଦରେ ବିସ୍ପୋରଣ କରିଥିଲା।"

ସମାନ ଭାବରେ ଆହତ ହେମ ସଗାରଙ୍କ ସ୍ତ୍ରୀ ଲତା ସାହୁ କହିଛନ୍ତି ଯେ ତାଙ୍କ ସ୍ବାମୀ ଏକ ସ୍କୁଲରେ ବସ ଡ୍ରାଇଭର ଭାବରେ କାମ କରନ୍ତି । ଆଜି ସେ ଶୌଚ କରିବାକୁ ଯାଇ ସେଠି ଥିବା ବ୍ୟାଗ ବିସ୍ଫୋରଣରେ ଗୁରୁତର ଆହତ ହୋଇଛନ୍ତି । ସେହିପରି ପାଟଣାଗଡରେ ତାଙ୍କ ଚିକିତ୍ସା ସମ୍ଭବ ହୋଇ ପାରି ନଥିବା ବେଳେ ତାଙ୍କୁ ଏବେ ବଲାଙ୍ଗୀରରେ ଭର୍ତ୍ତି କରିଥିବାର ସେ କହିଛନ୍ତି । ତେବେ ସେମାନେ ଗରିବ ହୋଇଥିବା ବେଳେ ଦୁଇ ଛୋଟଛୋଟ ଝିଅ ଅଛନ୍ତି । ତାଙ୍କର ଚିକିତ୍ସା ପାଇଁ ସେମାନେ ସମର୍ଥ ନଥିବା କହିଥିବା ବେଳେ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ଏଯାଏଁ ପୋଲିସ କୌଣସି ପ୍ରତିକ୍ରିୟା ଦେଇନାହିଁ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details