ବଲାଙ୍ଗିର: ଜିଲ୍ଲାରେ କୋରୋନା ପାଇଁ ଦୁଇଟି ପଞ୍ଚାୟତ ସଟଡାଉନ କଲେ ସରପଞ୍ଚ । ଶୁକ୍ରବାର ବଲାଙ୍ଗିରର ଦୁଇଟି ପଞ୍ଚାୟତରୁ କୋରୋନା ଆକ୍ରାନ୍ତ ଚିହ୍ନଟ ହେବ ପରେ ସେଠିକାର ସରପଞ୍ଚମାନେ ସଂପୃକ୍ତ ପଞ୍ଚାୟତକୁ ସଟଡାଉନ୍ ଘୋଷଣା କରିଛନ୍ତି ।
ଯେଉଁଥିରେ ବଲାଙ୍ଗିର ବଙ୍ଗୋମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଚାନ୍ଦୋ ତାରା ପଞ୍ଚାୟତରୁ ଘରେ ସଙ୍ଗରୋଧରେ ଥାଇ ପାଞ୍ଚ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ପରେ ଏଠିକାର ସରପଞ୍ଚ ସସ୍ମିତା ବେହେରା ସଂପୃକ୍ତ ପଞ୍ଚାୟତକୁ ଅନିଦିଷ୍ଟ୍ କାଳ ପାଇ ସଟଡାଉନ୍ ଘୋଷଣା କରିଛନ୍ତି ।