ଓଡିଶା

odisha

ETV Bharat / state

ବଲାଙ୍ଗୀରରେ ପୁଣି 2ଟି ସ୍ବତନ୍ତ୍ର ଟ୍ରେନ, ସହରର ଷ୍ଟେସନ ଅଞ୍ଚଳରେ ଲାଗିବ କର୍ଫ୍ୟୁ - Two more special trains in Balangir

ଶନିବାର ପୁଣି ଦୁଇଟି ସ୍ବତନ୍ତ୍ର ଟ୍ରେନ ଯୋଗେ ପ୍ରବାସୀ ଶ୍ରମିକମାନେ ବଲାଙ୍ଗୀରରେ ଆସି ପହଞ୍ଚିବେ । ଏଥିଲାଗି ପୁଣି ବଲାଙ୍ଗୀରରେ ଲାଗିବ କର୍ଫ୍ୟୁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବଲାଙ୍ଗୀରରେ ପୁଣି 2ଟି ସ୍ବତନ୍ତ୍ର ଟ୍ରେନ
ବଲାଙ୍ଗୀରରେ ପୁଣି 2ଟି ସ୍ବତନ୍ତ୍ର ଟ୍ରେନ

By

Published : May 15, 2020, 10:42 PM IST

ବଲାଙ୍ଗୀର: ଶନିବାର ପୁଣି ବଲାଙ୍ଗୀରରେ ଲାଗିବ କର୍ଫ୍ୟୁ । ଶନିବାର ପୁଣି ଦୁଇଟି ସ୍ବତନ୍ତ୍ର ଟ୍ରେନ ଯୋଗେ ପ୍ରବାସୀ ଶ୍ରମିକମାନେ ବଲାଙ୍ଗୀରରେ ଆସି ପହଞ୍ଚିବେ । ତେବେ 9ଟି ଜିଲ୍ଲାର 2400 ଶ୍ରମିକ ଏହି ଟ୍ରେନ ଯୋଗେ ବଲାଙ୍ଗୀର ଆସି ପହଞ୍ଚିବେ ଏବଂ ସୁରକ୍ଷା ଦୃଷ୍ଟିରୁ ତଥା କୋରୋନା ନ ବ୍ୟାପିବା ପାଇଁ ଏହି କର୍ଫ୍ୟୁ ଲଗାଯିବ ବୋଲି ପ୍ରଶାସନ କହିଛି ।

ଶନିବାର ରେଳଷ୍ଟେସନରୁ ଭାଗିରଥି ଛକ କୋଶଳ ଛକ ରାସ୍ତା, ରେଳ ଷ୍ଟେସନରୁ ବେହେରାପାଳି କଚେରୀ ଛକ ସଦର ଥାନା ରାସ୍ତା, ସୁଡ଼ପଡାରୁ ସମ୍ବଲପୁର ରାସ୍ତା ଓ ସମଗ୍ର ରେଳଷ୍ଟେସନ ଅଞ୍ଚଳରେ ଏହି କର୍ଫ୍ୟୁ ସକାଳୁ 10 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଲାଗିବ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details