ବଲାଙ୍ଗୀର:ସନ୍ସାଇନ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେ ସୋମବାର କୋର୍ଟରେ ହାଜର ହୋଇଛନ୍ତି । ଏହି ହତ୍ୟାକାଣ୍ଡରେ ଗିରଫ ହୋଇ ବିଚାରଧୀନ ହାଜତରେ ଅଛନ୍ତି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେ ଶ୍ୟାମ ଚଣ୍ଡୀ । JMFC ବଙ୍ଗୋମୁଣ୍ଡା କୋର୍ଟ ସମ୍ମୁଖରେ ଏହି ଦୁଇଜଣ ଭିଡିଓ କନ୍ଫରେନ୍ସିଂ ଜରିଆରେ ହାଜର ହୋଇଛନ୍ତି ।
ନିୟମ ମୁତାବକ 14 ଦିନିଆ ରିମାଣ୍ଡ ତାରିଖରେ କୋର୍ଟରେ ପ୍ରତ୍ୟେକ ଅଭିଯୁକ୍ତ ହାଜର ହେବା କ୍ରମରେ ଏମାନଙ୍କୁ ହାଜର କରାଯାଇଛି । ଏହାପୂର୍ବରୁ ନଭେମ୍ବର ୪ ତାରିଖରେ ଏମାନଙ୍କୁ ହାଜର କରାଯାଇଥିବା ବେଳେ ଆଜି ପୁନଃ ସେମାନଙ୍କୁ କୋର୍ଟରେ ହାଜର କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏମାନଙ୍କୁ ହାଜର କରାଯାଇଥିଲା । ଆସନ୍ତା 27 ତାରିଖରେ ପୁଣି ଦୁଇଜଣ କୋର୍ଟରେ ହାଜର ହେବେ ।