ବଲାଙ୍ଗୀର: ଆକ୍ସନ ମୁଡରେ ବଲାଙ୍ଗୀର ପୋଲିସ । ପୁରୁଣା ୱାରେଣ୍ଟରେ 200 ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଜିଲ୍ଲା ପୋଲିସ।
ଗିରଫ 200 ଅଭିଯୁକ୍ତ ଜିଲ୍ଲାରେ ବିଭିନ୍ନ ଅପରାଧ ଘଟାଇ ଫେରାର ଥିଲେ । ହତ୍ୟା, ଲୁଟ ଡ଼କାୟତି ମରଣାନ୍ତକ ଆକ୍ରମଣ ଭଳି ସଙ୍ଗୀନ ଅପରାଧରେ ଜଡ଼ିତ ଥିଲେ । ଜିଲ୍ଲା ପୋଲିସ ଗତ ସାତ ତାରିଖରୁ ଏକ ସ୍ବତନ୍ତ୍ର ଡ୍ରାଇଭ କରି ଏମାନଙ୍କୁ ଧରିବାରେ ସଫଳ ହୋଇଛି ।