ଓଡିଶା

odisha

ETV Bharat / state

ମହଙ୍ଗା ପଡିଲା ସ୍କୁଲ ପରିସରରେ ମଦ୍ୟପାନ, ଦୁଇ ପ୍ରଧାନଶିକ୍ଷକ ନିଲମ୍ବିତ

ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ମାଟୁ ପାଲି ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଦ୍ୟପାନ କରିବା ଦୁଇ ପ୍ରଧାନଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି । ଅଭିଯୋଗ ପରେ ଦୁହେଁ ନିଲମ୍ବିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

two headmaster suspend due to drink wine at school in balangir
ସ୍କୁଲ ପରିସରରେ ମଦ୍ୟପାନ, ଦୁଇ ପ୍ରଧାନଶିକ୍ଷକ ନିଲମ୍ବିତ

By

Published : Oct 15, 2022, 8:47 AM IST

Updated : Oct 15, 2022, 11:52 AM IST

ବଲାଙ୍ଗୀର: ସ୍କୁଲ ପରିସରରେ ମଦ ପିଇ ମାତାଲ ଦୁଇ ପ୍ରଧାନ ଶିକ୍ଷକ । ଭୋଜି ଭାତ ସହ ମଦ୍ୟପାନ କରିବା ମହଙ୍ଗା ପଡ଼ିଛି । ଅଭିଭାବକଙ୍କ ଅଭିଯୋଗ ପରେ ଜିଲ୍ଲାପାଳ ଦୁଇ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ମାଟୁ ପାଲି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟଦେବ ବିଶି ଓ ଡୁମେର ପିଟା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଞ୍ଜିତ ଦୋରା ନିଲମ୍ବିତ ହୋଇଛନ୍ତି ।

ମହଙ୍ଗା ପଡିଲା ସ୍କୁଲ ପରିସରରେ ମଦ୍ୟପାନ

ଦୁଇ ପ୍ରଧାନ ଶିକ୍ଷକ ମିଶି ମାଟୁ ପାଲି ଗ୍ରାମ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭୋଜି କରିଥିଲେ । ସେଠି ଦୁଇ ଜଣ ମଦ୍ୟପାନ କରିବା ସହ ଉତ୍ପାତ ମଚାଉଥିବାର ଏକ ଭିଡିଓ ସାମନାକୁ ଆସିଥିଲା । ଏହାକୁ ନେଇ ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀମାନେ ବିରୋଧ କରିଥିଲେ। କାର୍ଯ୍ୟାନୁଷ୍ଠାନ ଦାବିରେ ସ୍କୁଲ ସମ୍ମୁଖରେ 13 ତାରିଖରେ ତାଲା ମାରି ଆନ୍ଦୋଳନ କରିଥିଲେ । ଏନେଇ ଅଭିଭାବକ କହିଛନ୍ତି," ସ୍କୁଲରେ ଯେଉଁଭଳି ଭାବରେ ଅବ୍ୟବସ୍ଥା ଚାଲିଛି ପିଲାଙ୍କ ପାଠପଢ଼ାରେ ସମସ୍ୟା ସୃଷ୍ଟି ହେଉଛି । ଅନେକ ସମୟରେ ସ୍କୁଲରେ ଶିକ୍ଷକ ଆସୁନାହାନ୍ତି । ଏହାପରେ ଶିକ୍ଷକଙ୍କ ଏଭଳି କାରନାମା ସାମ୍ନାକୁ ଆସିଛି । ତେଣୁ ସ୍କୁଲରେ ତାଲା ପକାଇ ଉକ୍ତ ଶିକ୍ଷକଙ୍କୁ ବିରୋଧ କରିଛୁ।"

ଏହା ମଧ୍ୟ ପଢ଼ନ୍ତୁ:ଭଡା ଘରେ ଚାଲିଥିଲା ସେକ୍ସ ରାକେଟ,ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ତେବେ ଏହି ଘଟଣାକୁ ଜିଲ୍ଲା ପ୍ରଶାସନ ଗୁରୁତର ସହ ନେଇ ଦୁଇ ଶିକ୍ଷକଙ୍କୁ ନିଲମ୍ବିତ କରିଛି । ଉକ୍ତ ଶିକ୍ଷକଙ୍କ ବିରୋଧରେ ତଦନ୍ତ ରିପୋର୍ଟ ମଧ୍ୟ ସ୍ଥାନୀୟ ବ୍ଲକ ଶିକ୍ଷାଧିକାରୀ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିଥିବାର ଜଣାପଡ଼ିଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Oct 15, 2022, 11:52 AM IST

ABOUT THE AUTHOR

...view details