ବଲାଙ୍ଗୀର:ଦୁଇ ପରିବାରକୁ ସାମାଜିକ ବାସନ୍ଦ ପରେ ଏବେ ରାସ୍ତାରେ ଚାଲିବା ମନା ହୋଇଛି । ଘରକୁ ଯିବା ପାଇଁ ରାସ୍ତା ନାହିଁ । ପ୍ରଶାସନର ଦ୍ବାରସ୍ତ ହେଲେ ପରିବାର । ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭୋଇ ପାଳି ଗ୍ରାମରେ ଏଭଳି ଘଟଣା ଘଟିଛି । ନ୍ୟାୟ ପାଇଁ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ଦୁଇ ପରିବାର ।
ସାଧାରଣ ଛୋଟମୋଟ ଝଗଡାକୁ ନେଇ ଦୁଇ ପରିବାର ଉପରେ ଅକଥନୀୟ ଅତ୍ୟାଚାର ହୋଇଥିବା ଅଭିଯୋଗ ହୋଇଛି । ପ୍ରଥମେ ସାମାଜିକ ବାସନ୍ଦ ପରେ ଏବେ ଦୁଇ ପରିବାରଙ୍କୁ ରାସ୍ତାରେ ଚାଲିବା ମନା ହୋଇଛି । ନ୍ୟାୟ ପାଇଁ ପ୍ରଶାସନର ଦ୍ବାରସ୍ତ ହୋଇଛନ୍ତି ପରିବାର । ଭୋଇ ପାଳି ଗ୍ରାମରେ ଦୁଇ ଭାଇ ଲାଲ ବିହାରୀ ସାହୁ ଓ ବିଶ୍ବ ସାହୁଙ୍କ ପରିବାରକୁ ଏଭଳି ଦଣ୍ଡ ଦିଆ ଯାଇଥିବାର ଅଭିଯୋଗ ଆସିଛି । ଅଭିଯୋଗ ଅନୁସାରେ ସାଧାରଣ କଥାରୁ ସୃଷ୍ଟି ହୋଇଥିବା ବିବାଦରେ ଗାଁର କିଛି ପ୍ରଭାବଶାଳୀ ବ୍ୟକ୍ତି ଦୁଇ ପରିବାରକୁ ପ୍ରଥମେ ଦୁଇବର୍ଷ ହେବ ବାସନ୍ଦ କରିଥିଲେ । କୌଣସି ସାମାଜିକ କାମ ବିବାହ ଉତ୍ସବରେ ଏମାନଙ୍କୁ ସାମିଲ କରାଯାଉ ନଥିଲା । ତେବେ ଏହାକୁ ନେଇ ଏମାନେ ଜିଲ୍ଲା ପ୍ରଶାସନ ଓ ପୋଲିସ ପାଖରେ ଅଭିଯୋଗ କରି ମଧ୍ୟ ନିରାଶ ହୋଇଥିଲେ ।
ଏହା ବି ପଢନ୍ତୁ...ଅସୁରକ୍ଷିତ ପୁରୀ ସମୁଦ୍ରକୂଳ ! ଦୁଇଦିନ ଭିତରେ ଗଲାଣି ଚାରି ଜୀବନ