ଓଡିଶା

odisha

ETV Bharat / state

ଶାନ୍ତିପୂର୍ଣ୍ଣ ସରିଲା ବଲାଙ୍ଗୀର ବନ୍ଦପାଳନ; ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ତୀବ୍ର ଧମକ - ଦୁଇଦିନିଆ ବଲାଙ୍ଗୀର ବନ୍ଦ ଶେଷ

ଦୁଇଦିନିଆ ବଲାଙ୍ଗୀର ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ଶେଷ । ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ତୀବ୍ର କରିବାକୁ ଧମକ ।

balangir bandh end
balangir bandh end

By

Published : Jan 17, 2020, 12:01 AM IST

ବଲାଙ୍ଗୀର: ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ବଲାଙ୍ଗୀର ବନ୍ଦ ପାଳନ । ମୁଖ୍ୟତଃ 4ଟି ଦାବି ନେଇ ଏହି ବନ୍ଦ ପାଳନ ହୋଇଥିଲା । ବଲାଙ୍ଗୀରରେ ପୁନଃ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ, ଲୋୟର ସୁକତେଲ ପ୍ରକଳ୍ପ ସମ୍ପୂର୍ଣ୍ଣ ବାଇପାସ କାମ ଆରମ୍ଭ ପ୍ରମୁଖ ଦାବି ଥିଲା ।

ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ତୀବ୍ର


ବୁଧବାର ଠାରୁ ଚାଲିଥିବା ଏହି ବନ୍ଦ ଡାକରାରେ ମକର ସଂକ୍ରାନ୍ତି ପାଇଁ ସ୍ବତ ପ୍ରବୃତ୍ତ ଭାବେ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା। ତେବେ ଗୁରୁବାର ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ସବୁ ସରକାରୀ କଳ ଠପ ହୋଇଯାଇଥିଲା । ଆନ୍ଦୋଳନର ନେତୃତ୍ବ ନେଉଥିବା କ୍ରିୟା ଅନୁଷ୍ଠାନ କମିଟି ଓ ଆନ୍ଦୋଳନକୁ ସମର୍ଥନ ଦେଉଥିବା ଶତାଧିକ ସଂଗଠନ ସହରରେ ପିକେଟିଂ କରି ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଥିଲେ । ବ୍ୟାଙ୍କ, ବୀମା କାର୍ଯ୍ୟାଳୟ, କୋର୍ଟ କଚେରୀ ସମେତ ସବୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଗୁରୁବାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦୁଇଦିନିଆ ବନ୍ଦ ସଫଳ ହୋଇଥିବା ବେଳେ ବନ୍ଦ ଶାନ୍ତି ପୂର୍ଣ୍ଣ ରହିଛି ।


ସେପଟେ ଆଗକୁ ମଧ୍ୟ ଏହି ଆନ୍ଦୋଳନ ଜାରି ରହିବ । ଏହାସହ ସବୁ ମାସର ତୃତୀୟ ବୁଧବାର ଓ ଗୁରୁବାର ଦୁଇଦିନ ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯିବ ବୋଲି ଆନ୍ଦୋଳନକାରୀ କହିଛନ୍ତି ।


ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details