ଓଡିଶା

odisha

ETV Bharat / state

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ବଲାଙ୍ଗୀରରେ ଦୁଇ ଦିନିଆ ବନ୍ଦ ଡାକରା - ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା

ପୁନଃହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବଲାଙ୍ଗୀର ଓକିଲ ସଂଘ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦୁଇ ଦିନିଆ ବନ୍ଦ ଡାକରା ଦିଆଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବଲାଙ୍ଗୀର

By

Published : Sep 18, 2019, 1:03 PM IST

ବଲାଙ୍ଗୀର: ପୁଣି ପଶ୍ଚିମ ଓଡିଶାରେ ତୀବ୍ର ହୋଇଛି ପୁନଃହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ଯାହାକୁ ନେଇ ଆଜି ବଲାଙ୍ଗୀର ଓକିଲ ସଂଘ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦୁଇ ଦିନିଆ ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏନେଇ ଧାରଣା ଦିଆଯାଇଛି ।

ଏହା ପ୍ରଭାବରେ ଜିଲ୍ଲାର ସବୁ ସରକାରୀ ଅନୁଷ୍ଠାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁ ସରକାରୀ କାର୍ଯ୍ୟାଳୟ, କୋର୍ଟ କଚେରୀ ବନ୍ଦ ଥିବାବେଳେ ବ୍ୟାଙ୍କ ଓ ବୀମା ଅନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ଦୁଇ ଦିନିଆ ବନ୍ଦରେ ସବୁ ଉନ୍ନୟନ କାମ ଠପ ହୋଇଥିବାବେଳେ ଦୋକାନ ବଜାର, ସ୍କୁଲ କଲେଜ ଓ ଗାଡି ଚଳାଚଳ ସ୍ବାଭାବିକ ରହିଛି । ସେପଟେ ଏହି ବନ୍ଦକୁ ଜିଲ୍ଲାର ଶତାଧିକ ସଙ୍ଗଠନ ଓ ଅନୁଷ୍ଠାନ ସମର୍ଥନ ଦେଇଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବଲାଙ୍ଗୀର

ଏପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ସହିତ ବନ୍ଦ ସଫଳ ହୋଇଥିବାବେଳେ ସୁରକ୍ଷାକୁ ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details