ବଲାଙ୍ଗୀର: ସାଇବର ଅପରାଧ(Cyber Crime) ଏପରି ଏକ ଅଦୃଶ୍ୟ ଜାଲ, ଯାହା ଆଖି ପିଛୁଳାକେ ଲୋକଙ୍କ ଧନକୁ ଲୁଟ କରିଦେଉଛି । ଏହି ଅପରାଧର ମାୟାଜାଲରେ ପଡି ଟଙ୍କା ହରାଉଛନ୍ତି ନିରୀହ ଲୋକେ । ବଲାଙ୍ଗୀରରେ ଏପରି ଏକ ଘଟଣା ସାମନାକୁ ଆସିଛି । କ୍ରେଡିଟ କାର୍ଡ ଅପଡେଟ ନାଁରେ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ । ଠକେଇ କରି ବନ୍ଧା ହେଲେ ଜଣେ ଛାତ୍ର ଓ ଜଣେ ପୂର୍ବତନ ବ୍ୟାଙ୍କ କର୍ମଚାରୀ ।
ବଲାଙ୍ଗୀରରେ ସାଇବର ଅପରାଧ ଦିନକୁ ଦିନ ବଢି ଚାଲିଛି । ଅନେକ ଚେଷ୍ଟା ତଥା ସଚେତନାତେ ପରେ ମଧ୍ୟ ସାଇବର ଅପରାଧ ଥମିବାର ନାଁ ଧରୁନାହିଁ । ତେବେ ଜିଲ୍ଲାରେ ସାଇବର କ୍ରାଇମ କରିଥିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ଦୁଇ ଅଭିଯୁକ୍ତ । ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଛାତ୍ର ଥିବା ବେଳେ ଆଉ ଜଣେ ପୂର୍ବତନ ବ୍ୟାଙ୍କ କର୍ମଚାରୀ ଥିବା ସୂଚନା ମିଳିଛି । ତେବେ ବିକାଶ ବେହେରା ନାମରେ ଜଣେ ବ୍ୟକ୍ତିଙ୍କର କ୍ରେଡିଟ କାର୍ଡରୁ 3 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିବା ବଲାଙ୍ଗୀର ସାଇବର ଥାନାରେ ଅଭିଯୋଗ କରିଥିଲେ । ଯାହା ପରେ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ କ୍ରମେ ସାଇବର ଥାନା ଅଧିକାରୀମାନେ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ଏହି ଠକେଇରେ ଜଣେ ଛାତ୍ର ଓ ଜଣେ ପୂର୍ବତନ ବ୍ୟାଙ୍କ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ନେଇ ପୋଲିସ ଗିରଫ କରିଥିଲା ।