ଓଡିଶା

odisha

ETV Bharat / state

ବଲାଙ୍ଗୀରରେ 2 କୋରୋନା ପଜିଟିଭି ଚିହ୍ନଟ - ବାଲାଙ୍ଗିର କୋରୋନା ଅପଡେଟ୍‌

ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକରେ ପ୍ରଥମ କରି ଶୁକ୍ରବାର ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ଦୁଇ ପଜିଟିଭ ଚିହ୍ନଟ ହୋଇଛନ୍ତି ।

two-corona-positives-detected-in-balangir
ବାଲାଙ୍ଗିରରେ ଦୁଇ କୋରୋନା ପଜିଟିଭି ଚିହ୍ନଟ

By

Published : Jun 19, 2020, 10:53 PM IST

ବଲାଙ୍ଗୀର: ଜିଲ୍ଲାରେ କୋରୋନା ଆକ୍ରାନ୍ତ ସଂଖ୍ୟା ବଢି ଚାଲିଥିବ ବେଳେ ଶୁକ୍ରବାର ପୁଣି ଦୁଇ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକରେ ପ୍ରଥମ ଥର ପାଇଁ କୋରୋନା ଚିହ୍ନଟ ହୋଇଛି ।

ବଲାଙ୍ଗୀରରେ ଦୁଇ କୋରୋନା ପଜିଟିଭି ଚିହ୍ନଟ

ତେବେ ଏହି ବ୍ଳକର ଝାର ବଲାଙ୍ଗୀର ଗ୍ରାମରୁ ଜଣେ ମୁମ୍ବାଇ ଫେରନ୍ତା କୋରୋନା ପଜିଟିଭ ବୋଲି ଜଣା ପଡିଛନ୍ତି । ସେହିପରି ଲୋଇସିଙ୍ଗା କୁଟେନ ପାଳି ଗ୍ରାମରୁ ଜଣେ ତାମିଲନାଡୁ ଫେରନ୍ତା କୋରୋନା ଆକ୍ରାନ୍ତ ବୋଲି ଜଣା ପଡିଛନ୍ତି । ତେବେ ଏମାନଙ୍କୁ ମିଶାଇ ବଲାଙ୍ଗୀର ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 150 ରେ ପହଞ୍ଚିଛି । ଏମଧ୍ୟରୁ 127 ଜଣ ସୁସ୍ଥ ହୋଇଥିବାର ଜଣାପଡ଼ିଛି ।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ୍‌, ଇଟିିଭି ଭାରତ

ABOUT THE AUTHOR

...view details