ଓଡିଶା

odisha

ETV Bharat / state

ନ୍ୟାୟ ଦାବିରେ ବଲାଙ୍ଗୀର ଆଦିବାସୀ କଲ୍ୟାଣ ସଙ୍ଘର ଆନ୍ଦୋଳନ - balangir tribal development union

ଆଦିବାସୀଙ୍କୁ ଆକ୍ରମଣ, ଅତ୍ୟାଚାର ବଢିଥିବାବେଳେ ପୋଲିସ ନିରବ ଥିବାର ଅଭିଯୋଗ କରି ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ପକ୍ଷରୁ ଆନ୍ଦୋଳନ । ଅଧିକ ପଢନ୍ତୁ...

ଆଦିବାସୀ କଲ୍ୟାଣ ସଙ୍ଘ ପକ୍ଷରୁ ଆନ୍ଦୋଳନ
ଆଦିବାସୀ କଲ୍ୟାଣ ସଙ୍ଘ ପକ୍ଷରୁ ଆନ୍ଦୋଳନ

By

Published : Oct 20, 2020, 9:27 PM IST

Updated : Oct 20, 2020, 9:44 PM IST

ବଲାଙ୍ଗୀର: ନ୍ୟାୟ ଦାବିରେ ବଲାଙ୍ଗୀର ଜିଲ୍ଲାରେ ଆଦିବାସୀ କଲ୍ୟାଣ ସଙ୍ଘ ଆନ୍ଦୋଳନକୁ ଓହ୍ଲାଇଛି । ଆଦିବାସୀଙ୍କୁ ଆକ୍ରମଣ, ଅତ୍ୟାଚାର ବଢିଥିବାବେଳେ ପୋଲିସ ନୀରବ ଥିବାର ଅଭିଯୋଗ କରି ଆନ୍ଦୋଳନ କରିଥିବା ସୂଚନା ।

ବଲାଙ୍ଗୀର ଆଦିବାସୀ କଲ୍ୟାଣ ସଙ୍ଘର ଆନ୍ଦୋଳନ

କିଛିଦିନ ତଳେ ହରଦାଟାଲ ଗ୍ରାମରେ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ମାଡ ମାରିବା, ଦେଓର ଗ୍ରାମର ଜଣେ ଆଦିବାସୀ ବ୍ୟକ୍ତିଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରିବା ଏବଂ ସେହି ଗ୍ରାମରେ ଜଣେ ଆଦିବାସୀ ପରିବାରକୁ ବାସନ୍ଦ କରାଯାଇଥିଲା । ଏନେଇ ଥାନାରେ ଅଭିଯୋଗ କରାଯାଇଥିବା ସତ୍ତ୍ବେ ପୋଲିସ ଚୁପ୍ ରହିଥିବା ଆଦିବାସୀମାନେ ଅଭିଯୋଗ କରିଛନ୍ତି ।

ତେବେ ଏ ଦିଗରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଶୀଘ୍ର ନ୍ୟାୟ ଦାବି କରିଛନ୍ତି ଆନ୍ଦୋଳନକାରୀ ଆଦିବାସୀ କଲ୍ୟାଣ ସଙ୍ଘ । ଯଦି ତୁରନ୍ତ ଅଭିଯୋଗ ଶୁଣା ନ ଯାଏ ତାହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Last Updated : Oct 20, 2020, 9:44 PM IST

ABOUT THE AUTHOR

...view details