ବଲାଙ୍ଗୀର: ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣ ଦାବି ନେଇ ଗର୍ଜିଲେ ଆଦିବାସୀ। ବଲାଙ୍ଗୀରରେ ଆଦିବାସୀଙ୍କ ଆନ୍ଦୋଳନ। ଆଗାମୀ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣ ଦିଆଯାଇ ନ ଥିବାକୁ ନେଇ ଗର୍ଜିଲେ ଆଦିବାସୀ। ତୀବ୍ର ଉତ୍ତେଜନା ସହ ରାସ୍ତାଘାଟ ଅବରୋଧ ।
ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ଆଦିବାସୀ ଆସି ସହର ମଧ୍ୟରେ କରିଛନ୍ତି ବିରାଟ ଆନ୍ଦୋଳନ । ତାଙ୍କର ପାରମ୍ପରିକ ବାଦ୍ୟ ଶହ ଅସ୍ତ୍ରଶସ୍ତ୍ର ନେଇ ଏମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ବଲାଙ୍ଗୀରର ସବୁ ମୁଖ୍ୟ ରାସ୍ତାକୁ ଅବରୋଧ ମଧ୍ୟ କରିଛନ୍ତି। ଯାହା ଫଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସେପଟେ ଏଥିପାଇଁ ସହରରେ ବ୍ୟାପକ ପୋଲିସ ମଧ୍ୟ ମୁତୟନ କରାଯାଇଛି । ତେବେ ଆଦିବାସୀଙ୍କର ଅଧିକାରକୁ ସରକାର ଅଣଦେଖା କରି ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାରେ ତାଙ୍କୁ ବାଦ ଦେବାକୁ ତୀବ୍ର ବିରୋଧ କରିଛନ୍ତି। ସେହିପରି ସରକାର ତୁରନ୍ତ ଏହି ତାଲିକାକୁ ପ୍ରତ୍ୟାହାର କରି ସଂରକ୍ଷଣ ଦେବା ପାଇଁ ଦାବି କରିଛନ୍ତି। ନ ହେଲେ ଆଗକୁ ରାଜଧାନୀରେ ଆନ୍ଦୋଳନ କରିବା ସହ ବିଧାନସଭା ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।