ବଲାଙ୍ଗୀର: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ମଙ୍ଗଳବାର ଚାଷୀମାନେ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିଛନ୍ତି । ଏହି ରାଲିକୁ ସମର୍ଥନ ଦେଇ ବଲାଙ୍ଗୀରରେ ମଧ୍ୟ ଚାଷୀମାନେ ଟ୍ରାକ୍ଟର ଓ ମୋଟର ସାଇକଲ ରାଲି କରିଛନ୍ତି ।
ଦିଲ୍ଲୀ କୃଷକ ରାଲିଙ୍କୁ ସମର୍ଥନ କରି ବଲାଙ୍ଗୀରରେ ଚାଷୀଙ୍କ ଟ୍ରାକ୍ଟର ରାଲି - ଦିଲ୍ଲୀ କୃଷକ ରାଲିଙ୍କୁ ବଲାଙ୍ଗୀରରେ ସମର୍ଥନ
ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରାଲିକୁ ସମର୍ଥନ କରି ବଲାଙ୍ଗୀରରେ ଚାଷୀମାନେ ଏକ ବିଶାଳ ଟ୍ରାକ୍ଟର ରାଲି କରିଛନ୍ତି । କେନ୍ଦ୍ର ସରକାର ନୂତନ କୃଷି ଆଇନ ଦ୍ବାରା ଚାଷୀଙ୍କ ହକ୍ ଛଡାଇ ନେବାର ବନ୍ଦୋବସ୍ତ କରୁଥିବା ସେମାନେ ଅଭିଯୋଗ କରିଛନ୍ତି ।
![ଦିଲ୍ଲୀ କୃଷକ ରାଲିଙ୍କୁ ସମର୍ଥନ କରି ବଲାଙ୍ଗୀରରେ ଚାଷୀଙ୍କ ଟ୍ରାକ୍ଟର ରାଲି ଦିଲ୍ଲୀ କୃଷକ ରାଲିଙ୍କୁ ସମର୍ଥନ କରି ବଲାଙ୍ଗୀରରେ ଚାଷୀଙ୍କ ଟ୍ରାକ୍ଟର ରାଲି](https://etvbharatimages.akamaized.net/etvbharat/prod-images/768-512-10391596-thumbnail-3x2-blln.jpg)
ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତି ପକ୍ଷରୁ ଏହି ବିଶାଳ ରାଲି କରାଯାଇଛି । ଏଥିରେ ବଲାଙ୍ଗୀର ସମେତ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ଚାଷୀ ସାମିଲ ହୋଇଛନ୍ତି । ତେବେ କେନ୍ଦ୍ର ସରକାର ନୂତନ କୃଷି ଆଇନ ଦ୍ୱାରା ଚାଷୀଙ୍କ ହକ୍ ଛଡାଇ ନେବାର ବନ୍ଦୋବସ୍ତ କରିଥିବା ବେଳେ ଏଥିରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତ୍ୟାହାର ଏବଂ କୃଷି କ୍ଷେତ୍ରକୁ ଘରୋଇକରଣ ବା ଘରୋଇ କମ୍ପାନୀମାନଙ୍କ ହାତକୁ ଟେକି ଦିଆଯାଉଛି ବୋଲି ଏମାନେ ଅଭିଯୋଗ କରିଛନ୍ତି । ଏହାସହ ଦିଲ୍ଲୀରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଦାବି ଏବେ ସାରା ଦେଶର ଦାବି ବୋଲି ଏହି ଚାଷୀମାନେ ଜଣାଇଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ