ବଲାଙ୍ଗୀର: ଜିଲ୍ଲା ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ସଇଁତଳା ଗ୍ରାମବାସୀଙ୍କ ବିରୋଧ । ଏନେଇ ଆଜି ସଇଁତଳା ବ୍ଲକରେ 12 ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଛି। ଏହାର ପ୍ରଭାବରେ ବ୍ଲକର ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିଛି । ସେହି ପରି ଯାତାୟତ ମଧ୍ୟ ସଇଁତଳା ଠପ୍ ହୋଇଛି ।
ପୋଲିସକୁ ବିରୋଧ କରି ଆଜି ସଇଁତଳା ବ୍ଲକରେ 12 ଘଣ୍ଟିଆ ବନ୍ଦ ଡାକରା - ସଇଁତଳା
ଆଜି ସଇଁତଳା ବ୍ଲକରେ 12 ଘଣ୍ଟିଆ ବନ୍ଦ ଡାକରା । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଦିଆଯାଇଛି ବନ୍ଦ ଡାକରା । ଅଧିକ ପଢନ୍ତୁ....
ଅଭିଯୋଗ ଅନୁସାରେ ଗତକାଲି ସଇଁତଳା ଦୁର୍ଗା ପୂଜା ମଣ୍ଡପରେ ଆଳତି ଚାଲିଥିବା ବେଳେ ପୋଲିସ୍ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପହଞ୍ଚିଥିଲା । ତେବେ ଉକ୍ତ ସ୍ଥାନରେ ପୋଲିସ ଲୋକଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଲୋକେ । ଏଥି ସହ ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକଙ୍କୁ ମଧ୍ୟ ଶୀଘ୍ର ବଦଳି କରିବାର ଦାବି କରିବା ସହ ଯଦି ବଦଳି ନହୁଏ ତେବେ ଆନ୍ଦୋଳନ ତୀବ୍ର ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ତେବେ ଏହି ବନ୍ଦ ଆନ୍ଦୋଳନରେ ସଇଁତଳାର ବିଭିନ୍ନ ସଂଗଠନ ସହ କିଛି ରାଜନୈତିକ ଦଳ ମଧ୍ୟ ସାମିଲ ଥିବାର ଜଣାପଡିଛି ।
ବଲାଙ୍ଗୀରରୁ ଶେଖ ମହମମ୍ମଦ ଓ୍ବାହିଦ, ଇଟିଭି ଭାରତ