ଓଡିଶା

odisha

ETV Bharat / state

Panchayat Polls: ବଲାଙ୍ଗୀର ପଞ୍ଚାୟତ ବାଜି, କିଏ ଜିତିବ ଗଡ ? - ଓଡିଶା ପଞ୍ଚାୟତ ନିର୍ବାଚନ ୨୦୨୨

ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରାଜ୍ୟ ରାଜନୀତି । ପ୍ରଚାର ପାଇଁ କମ୍ପୁଛି ବିଭିନ୍ନ ପଞ୍ଚାୟତର ଗାଁ ଦାଣ୍ଡ । ବହୁ ହେୱିୱେଟ ନେତା ଥିବା ବଲାଙ୍ଗୀର ଜିଲ୍ଲା ପଞ୍ଚାୟତ ନିର୍ବାଚନ ଲଢେଇକୁ ଆହୁରି ଦ୍ବିଗୁଣିତ କରିଛି । ଚଳିତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ନିର୍ବାଚନକୁ ନେଇ ଲଢେଇ ଜୋରଦାର ହୋଇଛି । ଅଧିକ ପଢନ୍ତୁ

panchayat-election
Panchayat election: ବଲାଙ୍ଗୀରେ ପଞ୍ଚାୟତ ବାଜି, କିଏ ଜିତିବ ଗଡ

By

Published : Jan 31, 2022, 9:49 PM IST

ବଲାଙ୍ଗୀର:ଓଡ଼ିଶାର ଏକ ରାଜନୈତିକ ସମ୍ବେଦନଶୀଳ ଜିଲ୍ଲା ହେଲା ବଲାଙ୍ଗୀର । ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳର ନେତା ଏଠାରୁ ହିଁ ରାଜନୀତି କରି ଆସୁଛନ୍ତି। ତେବେ ଜିଲ୍ଲାରେ ସବୁବେଳେ ରାଜ ପରିବାର ତାର ଦବଦବା ରଖି ଆସିଥିବା ଦୁଇ ରାଜ ପରିବାର ସବୁବେଳେ ଆମନା ସାମନା ହୋଇ ଆସୁଛନ୍ତି । ଗାଁ ଠୁଁ ସହର ସବୁଠି ରାଜନୀତିକ ଉଷ୍ମତା । ଆରମ୍ଭ ହୋଇ ଯାଇଛି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ।

Panchayat election: ବଲାଙ୍ଗୀରେ ପଞ୍ଚାୟତ ବାଜି, କିଏ ଜିତିବ ଗଡ

ଓଡ଼ିଶାର ରାଜନୈତିକ କ୍ଷେତ୍ରରେ ସମ୍ବେଦନଶୀଳ ଜିଲ୍ଲା କୁହାଯାଉଥିବା ବଲାଙ୍ଗୀରରେ ପଞ୍ଚାୟତ ସମର ଆରମ୍ଭ ହୋଇଯାଇଛି ଏବଂ ଏଥିରେ ଦଳୀୟ ଚିହ୍ନରେ ହେବାକୁ ଥିବା 34 ଟି ଜିଲ୍ଲା ପରିଷଦ ଆସନ ପାଇଁ ଏଠି ତିନି ପ୍ରମୁଖ ରାଜନୈତିକ ଦଳ ସବୁ ପାର୍ଥି ଦେଇ ସାରିଛନ୍ତି। ଏବଂ ଏଥିରେ ମୋଟ 120 ଜଣ ପାର୍ଥି ନାମାଙ୍କନ ପତ୍ର ଦାଖଲ କରି ନିର୍ବାଚନୀ ମଇଦାନ କୁ ଓହ୍ଲାଇଛନ୍ତି। ତେବେ ବିଗତ ନିର୍ବାଚନରେ ଏଠି ବିଜେପି ଦଳ 23 ଟି ଆସନ ରେ ବିଜୟୀ ହୋଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ହାତେଇଥିଲା ଏବଂ ଏଥର ମଧ୍ୟ ଏମାନେ ସବୁ ଆସନ ରେ ବିଜୟୀ ହେବେ ବୋଲି କହିଛନ୍ତି। ତେବେ ପଛୁଆ ବର୍ଗ ଓ ଆଦିବାସୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ବିଜେପି ପାଇଁ ଅସ୍ତ୍ର ହେବ ବୋଲି ଏମାନେ କହିଛନ୍ତି। ସେହିପରି ସବୁ ଆସନରେ ନିଜର ପାର୍ଥୀ ଦେଇ ସାରିଛି। ଏବଂ ବିଜୟୀ ସମ୍ଭାବନା ଥିବା ତଥା ଲୋକ ବତ୍ସଲ୍ ପାର୍ଥି କୁ ଏଥର ଟିକଟ କଂଗ୍ରେସ ଦେଇଥିବାର କହିଛି। ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ମାରଣ ନୀତି ଯୋଗୁଁ କଂଗ୍ରେସ କୁ ଲୋକ ବହୁଳ ଭାବରେ ବିଜୟୀ କରିବ ବୋଲି କଂଗ୍ରେସ କହିଛି। ଏବଂ ସବୁ ଦଳର ପ୍ରାର୍ଥୀ ମାନେ ଗାଁକୁ ଗାଁ ବୁଲି ନିଜର ପ୍ରଚାର ମଧ୍ୟ ଆରମ୍ଭ କରିଛନ୍ତି।

ତେବେ ବଲାଙ୍ଗୀର ଜିଲ୍ଲା ରାଜନୈତିକ କ୍ଷେତ୍ରରେ ନିଜର ନେତାକୁ ନେଇ ବେଶ୍ ପରିଚିତ ହୋଇ ଆସିଛି। ଯେଉଁଥିରେ ଦୁଇ ରାଜା ପରିବାର ଅନଙ୍ଗ ଉଦୟ ସିଂହ ଦେଓ ଓ ତାଙ୍କ ଦୁଇ ପୁତ୍ର ବିଜେଡି ଦଳ ର ରାଜ୍ୟ ନେତା ଭାବରେ କାର୍ଯ୍ୟ କରି ଆସୁଛନ୍ତି। ସେହିପରି ଆଉଗୋଟେ ରାଜା ପରିବାର କନକ ବର୍ଦ୍ଧନ ସିଂହ ଦେଓ ଓ ତାଙ୍କ ପତ୍ନୀ ତଥା ବଲାଙ୍ଗୀର ସାଂସଦ ସଂଗୀତା ସିଂହ ଦେଓ ରାଜ୍ୟ ବିଜେପି ର ପୁରୁଖା ନେତା ଅଟନ୍ତି। ସେହିପରି କଂଗ୍ରେସ ଦଳର ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ରାଜ୍ୟ କଂଗ୍ରେସ ର ମଙ୍ଗୁଆଲ ଧରି ଆସିଛନ୍ତି। ତେବେ ଏହି ସବୁ ଦୃଷ୍ଟି ରୁ ଏଠି ନିର୍ବାଚନ ସବୁବେଳେ ରୋଚକ ହୋଇଥାଏ। ଏବଂ ବଡ଼ ବଡିଆ ନେତାଙ୍କ ରାଜନୀତି ଗୋଟି ଚାଳନା ରେ ରାଜନୀତିକ ହଲଚଲ ବେଶ୍ ରହିଥାଏ। ସେପଟେ ବଲାଙ୍ଗୀର ର ପୃଷ୍ଠା ଭୂମି କୁ ଦେଖିଲେ ଏଠି ତିନୋଟି ସବ ଡିଭିଜନ ସହିତ ମୋଟ 285 ଟି ଗ୍ରାମ ପଞ୍ଚାୟତ ରହିଛି। ସେହିପରି ଗାଁ ସଂଖ୍ୟା 1783 ରହିଛି। ଏବଂ ଲୋକ ସଂଖ୍ୟା ଏଠି ମୋଟ 16 ଲକ୍ଷ୍ୟ 48 ହଜାର 997 ଅଛି। ଯେଉଁଥିରେ ପୁରୁଷ ଙ୍କ ସଂଖ୍ୟା 8 ଲକ୍ଷ୍ୟ 30 ହଜାର 97 ହୋଇଥିବା ବେଳେ ମହିଳା ସଂଖ୍ୟା 8 ଲକ୍ଷ୍ୟ 18 ହଜାର 900 ରହିଛି। ସେହିପରି ଜିଲ୍ଲାରେ ଆଦିବାସୀ ଜନ ଜାତିଙ୍କ ସଂଖ୍ୟା ଏସ ଟି 3 ଲକ୍ଷ୍ୟ 47 ହଜାର 164 ଏବଂ ଆଦିବାସୀ ଅନୁସୂଚିତ ଏସ ସି ଙ୍କ ସଂଖ୍ୟା 2 ଲକ୍ଷ୍ୟ 94 ହଜାର 777 ରହିଛି।

ତେବେ ଏଠି ବିଗତ ନିର୍ବାଚନ ମାନଙ୍କରେ ସବୁ ବେଳେ ରାଜା ପରିବାରଙ୍କ ପତିଆରା ରହି ଆସିଛି। ହେଲେ କିଛି ବର୍ଷ ହେବ ଭୋଟର ଙ୍କ ପସନ୍ଦ ରେ ପରିବର୍ତ୍ତନ ଆସି ଥିବାବେଳେ ବଲାଙ୍ଗୀର ଜିଲ୍ଲା ଜିଲ୍ଲା ପରିଷଦ ନିର୍ବାଚନରେ ବିଗତ ବର୍ଷ ଏଠି ବିଜେଡି 34 ଆସନରୁ ମାତ୍ର 9 ଟିରେ ସଫଳ ହୋଇଥିଲା। ସେହିପରି ବିଜେପି ଏଥିରେ 23 ଟି ଆସନ ପାଇ ଅଧ୍ୟକ୍ଷା ପଦବୀ ହାଥେଇ ଥିଲା ଓ କଂଗ୍ରେସ ମାତ୍ର ଦୁଇଟି ଆସନ ରେ ସନ୍ତୁଷ୍ଟ ହୋଇଥିଲା। ତେବେ ଏଥର ବିଜେଡି ଦୃଢ଼ିକ୍ତି ସହ ସବୁ ଆସନରେ ଜିତିବାର କଥା କହିଛି ଏବଂ ନବୀନଙ୍କ ଲୋକପ୍ରିୟତା ତଥା ଜନକଲ୍ୟାଣ ଯୋଜନା ଏଥର ବିଜେଡି କୁ ସଫଳ କରିବ ବୋଲି ବିଜେଡି କହିଛି। ସେହିପରି ସବୁ ବ୍ଲକରେ ମଧ୍ୟ ବିଜେଡି ସମର୍ଥିତ ଅଧ୍ୟକ୍ଷ ହେବେ ବୋଲି ବିଜେଡି କହିଛି।

ତେବେ ବିଗତ ନିର୍ବାଚନରେ ବିଜେଡି ଏଠି ଅସଫଳ ହୋଇଥିବା ବେଳେ ବିଜେପି ବାଜି ମାରିଥିଲା। ଏବଂ କଂଗ୍ରେସ କେବଳ ନାମକୁ ମାତ୍ର ନିଜର ଉପସ୍ଥିତି ଜାହିର କରି ଥିଲା। ସେପଟେ ଏହି ସମୀକରଣ ଏଥର ବଦଳିଛି। ଏବଂ ଏଥର କିଏ ଓ କେଉଁ ଦଳ ବାଜି ମାରିବ ଓ କାହା ମୁଣ୍ଡରେ ସୁନା କଳସ ଢ଼ାଳିବେ ତାହା ଦେଖିବାକୁ ବାକି ରହିଲା।

ବଲାଙ୍ଗୀରୁର ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ABOUT THE AUTHOR

...view details