ବଲାଙ୍ଗୀର: ଭଡା ଘରେ ଚାଲିଥିଲା ସେକ୍ସ ରାକେଟ । ଚଢାଉ କରି ୩ଜଣଙ୍କୁ ବାନ୍ଧିଲା ପୋଲିସ । ବଲାଙ୍ଗୀର ଶାସ୍ତ୍ରୀ ନଗରରେ ସେକ୍ସ ରାକେଟ ଚାଲିଥିବା ବେଳେ ଆଜି ଚଢାଉ କରିଥିଲା ପୋଲିସ । ଏଠାରେ ବାହାର ଜିଲ୍ଲାର ଯୁବତୀଙ୍କୁ ନେଇ ସେକ୍ସ ରାକେଟ ଚାଲିଥିବା ପୋଲିସ ସୁତ୍ରରୁ ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ ବଲାଙ୍ଗୀର ଶାସ୍ତ୍ରୀ ନଗରରେ ଥିବା ଇଞ୍ଜିନିୟର ସୁବାସ ବଂଛୋରଙ୍କ ଘରକୁ ଜଣେ ଏନଜିଓ ରେ କାମ କରୁଥିବା ମହିଳା ଜାହ୍ନବୀ ଘିବାଲା ଭଡା ସୂତ୍ରରେ ନେଇଥିଲେ । ଇଞ୍ଜିନିୟର ସୁବାସ ବଂଛୋର ଅନ୍ୟ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି । ଏହାପରେ ଏଠାରେ ବାହାର ଜିଲ୍ଲାର ଯୁବତୀ ଆଣି ଏହି ସେକ୍ସ ରାକେଟ ଚଳାଇଥିଲେ ମହିଳା ଜଣଙ୍କ । ଏନେଇ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ପୋଲିସ । ଏନେଇ ଆଜି(ଗୁରୁବାର) ସନ୍ଧ୍ୟା ସମୟରେ ବଲାଙ୍ଗୀର ଟାଉନ ପୋଲିସ ସେହି ଘରେ ଚଢ଼ାଉ କରିଥିଲା । ସେକ୍ସ ରାକେଟ ଚାଲିଥିବା ଘରେ ସାତ ଜଣ ଯୁବତୀ ଥିବା ବେଳେ ତିନି ଜଣ ଗ୍ରହକଙ୍କୁ ପୋଲିସ ଗିରଫ କରିଛି । ସେହିପରି ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ସମ୍ପୃକ୍ତ ଘର ମାଲିକଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରିଥିବାର ଜଣା ପଡ଼ିଛି ।