ଓଡିଶା

odisha

ETV Bharat / state

ଜଟିପାଳି ଗ୍ରାମର ସ୍କୁଲ ବନ୍ଦକୁ ବିରୋଧ କଲେ ଗ୍ରାମବାସୀ

ସରକାରଙ୍କ ନିର୍ଦ୍ଦେଶ ପରେ ବଲାଙ୍ଗୀରର ଅନେକ ସ୍କୁଲ ବନ୍ଦ ହୋଇଥିବାବେଳେ ସମାନ ଭାବରେ ଜଟି ପାଳି ଗ୍ରାମର ସ୍କୁଲ ମଧ୍ୟ ବନ୍ଦ ହୋଇଯାଇଛି । ତେବେ ଏହି ସ୍କୁଲ ବନ୍ଦକୁ ଗ୍ରାମବାସୀ ବିରୋଧ କରିଥିବା ବେଳେ ସ୍କୁଲ ପୁନଃ ଖୋଲାଯାଉ ବୋଲି ଦାବି କରିଛନ୍ତି । ଅଧିକ ପଢନ୍ତୁ...

The villagers protested against school shut down
ଜଟିପାଳି ଗ୍ରାମର ସ୍କୁଲ ବନ୍ଦକୁ ବିରୋଧ କଲେ ଗ୍ରାମବାସୀ

By

Published : Sep 30, 2020, 9:46 PM IST

ବଲାଙ୍ଗୀର: ସରକାରଙ୍କ ନିର୍ଦ୍ଦେଶ ପରେ ବଲାଙ୍ଗୀରର ଅନେକ ସ୍କୁଲ ବନ୍ଦ ହୋଇଥିବାବେଳେ ସମାନ ଭାବରେ ଜଟିପାଳି ଗ୍ରାମର ସ୍କୁଲ ମଧ୍ୟ ବନ୍ଦ ହୋଇଯାଇଛି । ତେବେ ଏହି ସ୍କୁଲ ବନ୍ଦକୁ ଗ୍ରାମବାସୀ ବିରୋଧ କରିଥିବାବେଳେ ସ୍କୁଲ ପୁନଃ ଖୋଲାଯାଉ ବୋଲି ଦାବି କରିଛନ୍ତି ।

ଜଟିପାଳି ଗ୍ରାମର ସ୍କୁଲ ବନ୍ଦକୁ ବିରୋଧ କଲେ ଗ୍ରାମବାସୀ
ସରକାରଙ୍କ ନିର୍ଦ୍ଦେଶ ପରେ ବଲାଙ୍ଗୀରର ଅନେକ ସ୍କୁଲ ବନ୍ଦ ହୋଇଥିବାବେଳେ ସମାନ ଭାବରେ ଲୋଇସିଙ୍ଗା ବ୍ଲକ ଜଟିପାଳି ଗ୍ରାମର ପ୍ରାଥମିକ ସ୍କୁଲ ମଧ୍ୟ ବନ୍ଦ ହୋଇଯାଇଛି । ଏଥିସହିତ ପାଖରେ ଥିବା କୁସଙ୍ଗ ଗ୍ରାମ ସ୍କୁଲରେ ଏହାର ମିଶ୍ରଣ କରାଯାଇଛି ।

ସେପଟେ ଏହି ପ୍ରକ୍ରିୟାକୁ ଜଟିଆ ଗ୍ରାମବାସୀ ବିରୋଧ କରି ବୁଧବାର ବଲାଙ୍ଗୀର ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରି ସ୍କୁଲ ପୁନଃ ଖୋଲିବାକୁ ଦାବି କରିଥିଲେ। ତେବେ ଏହି ସ୍କୁଲ ବନ୍ଦ ହେଲେ ଏହି ଗ୍ରାମର ଶିଶୁମାନଙ୍କୁ ପାଖ ଗାଁ ସ୍କୁଲ ଯିବା ପାଇଁ 4 କିଲୋମିଟର ରାସ୍ତା ଦେଇ ଯିବାକୁ ହେବ । ଯାହା ଛାତ୍ରଛାତ୍ରୀଙ୍କ ପକ୍ଷେ ସମ୍ଭବ ନଥିବାବେଳେ ଏହି ସ୍କୁଲକୁ ପୁନଃ ଖୋଲିବାକୁ ଏମାନେ ଦାବି କରିଛନ୍ତି ।

ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଏମାନେ ଆନ୍ଦୋଳନ କରିବେ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details