ବଲାଙ୍ଗୀର: ଜିଲ୍ଲାରେ କୋରୋନା ବଢି ଚାଲିଥିବା ବେଳେ ସଂଖ୍ୟା ଏବେ 551ରେ ପହଞ୍ଚିଛି। ଏବଂ ସହରରୁ ଗାଁ ପର୍ଯ୍ୟନ୍ତ ସ୍ଥିତି ବିଗିଡିବାରେ ଲାଗିଛି। ତେବେ ଏଥିପାଇଁ ପୁଣି ବଲାଙ୍ଗୀର ଜିଲ୍ଲାକୁ ଆସନ୍ତା 4ଦିନ ପାଇଁ ସଟଡାଉନ କରିବାର ନିଷ୍ପତ୍ତି ନେଇଛି।
ଆସନ୍ତାକାଲି ଠାରୁ 4ଦିନ ଯାଏଁ ବଲାଙ୍ଗୀର ସଟଡାଉନ - ବଲାଙ୍ଗୀର ସଟଡାଉନ
ଆସନ୍ତା ଅଗଷ୍ଟ 8 ତାରିଖ ଶନିବାରରୁ ଅଗଷ୍ଟ 11 ତାରିଖ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲାକୁ ସଟଡାଉନ କରାଯାଇଛି । କେବଳ ଜରୁରୀ ସେବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଆସନ୍ତାକାଲି ଠାରୁ 4ଦିନ ଯାଏଁ ବଲାଙ୍ଗୀର ସଟଡାଉନ
ଆସନ୍ତା ଅଗଷ୍ଟ 8 ତାରିଖ ଶନିବାରରୁ ଅଗଷ୍ଟ 11 ତାରିଖ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲାକୁ ସଟଡାଉନ କରାଯିବାର ଘୋଷଣା କରାଯାଇଛି । ତେବେ ଏହି ମଧ୍ୟରେ ଦୋକାନ ବଜାର, ଗାଡି ଚଳାଚଳ ସବୁ ବନ୍ଦ ରହିବ ଏବଂ ଜିଲ୍ଲା ବାହାରକୁ କିମ୍ବା ଜିଲ୍ଲା ଭିତରକୁ ଯିବା ଆସିବା ନିଷେଧ କରାଯାଇଛି। କେବଳ ଜରୁରୀ ସେବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ