ବଲାଙ୍ଗୀର: ଜିଲ୍ଲାରେ ଗୁରୁବାର ଦ୍ଵିତୀୟ ସ୍ଵତନ୍ତ୍ର ଟ୍ରେନ ଆସି ପହଞ୍ଚଛି । ଯେଉଁଥିରେ 9ଟି ଜିଲ୍ଲାର 200ଜଣ ଶ୍ରମିକ ବଲାଙ୍ଗୀରରେ ଓହ୍ଲାଇଛନ୍ତି । ଜିଲ୍ଲାରେ ଗୁରୁବାର ଗୋଟିଏ ଦିନରେ ଦୁଇଟି ସ୍ଵତନ୍ତ୍ର ପ୍ରବାସୀ ଶ୍ରମିକଙ୍କ ଟ୍ରେନ ଆସି ପହଞ୍ଚି ସାରିଛି । ଯେଉଁଥିରେ ପାଖପାଖି 500 ଜଣ ଶ୍ରମିକ ବଲାଙ୍ଗୀରରେ ଓହ୍ଲାଇଛନ୍ତି ।
ବଲାଙ୍ଗୀରରେ ପହଞ୍ଚିଲା ଦ୍ଵିତୀୟ ସ୍ଵତନ୍ତ୍ର ଟ୍ରେନ - second special labour train reached Balangir
ବଲାଙ୍ଗୀର ଜିଲ୍ଲାରେ ଗୁରୁବାର ଦ୍ଵିତୀୟ ସ୍ଵତନ୍ତ୍ର ଟ୍ରେନ ଆସି ପହଞ୍ଚଛି । ଯେଉଁଥିରେ 9ଟି ଜିଲ୍ଲାର 200ଜଣ ଶ୍ରମିକ ବଲାଙ୍ଗୀରରେ ଓହ୍ଲାଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ତେବେ ଗୁରୁବାର ସକାଳୁ ଏକ ଟ୍ରେନ ଆସିଥିବା ବେଳେ ସନ୍ଧ୍ୟାରେ ପୁଣି ଆଉ ଏକ ଟ୍ରେନ ଷ୍ଟେସନରେ ଆସି ପହଞ୍ଚିଥିଲା । ଏହି ଟ୍ରେନଟି ଆନ୍ଧ୍ର ପ୍ରଦେଶ ଗୁଣ୍ଠୁର୍ ଜିଲ୍ଲାରୁ ଓଡ଼ିଆ ଶ୍ରମିକଙ୍କୁ ନେଇ ବଲାଙ୍ଗୀର ଆସିଥିଲା । ଯେଉଁଥିରେ 9ଟି ଜିଲ୍ଲାର 200 ଜଣ ଶ୍ରମିକ ବଲାଙ୍ଗୀରରେ ଓହ୍ଲାଇ ବସ୍ ଯୋଗେ ନିଜ ନିଜ ଜିଲ୍ଲାକୁ ଯାଇଛନ୍ତି । ଏମାନଙ୍କର ଆଗମନ ପାଇଁ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଥିବା ବେଳେ ନିଜେ ଜିଲ୍ଲାପାଳ ଏହାର ତଦାରଖ କରିଥିଲେ । ସେହିପରି ସବୁ କାମ ସୁରୁଖୁରୁରେ ହେବ ଓ କୋରୋନା ନବ୍ୟାପିବା ପାଇଁ ପୂର୍ବରୁ ବଲାଙ୍ଗୀରର କିଛି ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିଲା ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ