ଓଡିଶା

odisha

ETV Bharat / state

ବଲାଙ୍ଗୀର ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ - ଏଗାର ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ

ବଲାଙ୍ଗୀର ଡ୍ରାଇଭର ମହାସଂଘ 11 ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି । ଦାବି ପୂରଣ ନ ହେବା ଯାଏଁ ଆନ୍ଦାେଳନ ଚାଲିବ । ଅଧିକ ପଢ଼ନ୍ତୁ

ବଲାଙ୍ଗୀର ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ
ବଲାଙ୍ଗୀର ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ

By

Published : Apr 12, 2022, 10:46 PM IST

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଡ୍ରାଇଭର ମହାସଂଘ ପକ୍ଷରୁ 11 ଦଫା ଦାବି ନେଇ ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ଓହ୍ଲାଇଛି । ଏହାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲା । ଦାବି ପୂରଣ ନ ହେବାଯାଏଁ ଏମାନେ ଆଗକୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ବଲାଙ୍ଗୀର ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ

ଏହି ବିକ୍ଷୋଭରେ ଜିଲ୍ଲାର ସବୁ ପ୍ରାନ୍ତରୁ ହଜାର ହଜାର ଡ୍ରାଇଭର ଆନ୍ଦୋଳନରେ ସାମିଲ ହୋଇଥିଲେ । ତେବେ ଡ୍ରାଇଭର କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ସମାନ ବେତନ ସହ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଏମାନେ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଏମାନେ ଆଗକୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details