ବଲାଙ୍ଗୀର:ଜିଲ୍ଲାରେ କୋଟି କୋଟି ଟଙ୍କାର ଚାଉଳ ଦୁର୍ନୀତି ହେଉଥିବାର ଅଭିଯୋଗ ନେଇ ଗତକାଲି(ମଙ୍ଗଳବାର) କଣ୍ଟାବାଞ୍ଜି ବିଧାୟକ ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏହାର କ୍ରାଇମବ୍ରାଞ୍ଚ ଦାବି ସହ ଦୋଷୀଙ୍କୁ ଶୀଘ୍ର ଗିରଫ କରିବା ନେଇ ସେ ଦାବି କରିଥିଲେ । ବଲାଙ୍ଗୀର ଜିଲ୍ଲାରେ ଗରିବ ପାଇଁ ଉଦ୍ଦିଷ୍ଟ ଚାଉଳରେ ଘୋର ଦୁର୍ନୀତି ହେଉଥିବାର ଅଭିଯୋଗ କରିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ।
ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ତଥା ଦୋଷୀଙ୍କୁ ଗିରଫ ଦାବିରେ ତାଙ୍କ ସମର୍ଥକଙ୍କ ସହ ସେ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରିଥିଲେ । ତେବେ ଜିଲ୍ଲାରେ ଏମ ଡି ଏମ ଚାଉଳ, PDS ଚାଉଳ ତଥା SNP ଚାଉଳ ପରିବହନ କରିବା ପାଇଁ ଜିଲ୍ଲା ପ୍ରଶାସନ ବିନା ଟେଣ୍ଡରରେ ଜଣକୁ ମାତ୍ର ନ୍ୟସ୍ତ କରି ଆସିଛି । ଜିଲ୍ଲା ପ୍ରଶାସନ ଏହି ପରିବହନ ଏଜେଣ୍ଟର ହାତ ବାରିଶି ସାଜି କୋଟି କୋଟି ଟଙ୍କାର ଚାଉଳ ଦୁର୍ନୀତି କରୁଥିବା ନେଇ ସାଲୁଜା ଅଭିଯୋଗ କରିଛନ୍ତି ।