ଓଡିଶା

odisha

ETV Bharat / state

ସମବାୟ ବ୍ୟାଙ୍କ ଟଙ୍କା ହଡ଼ପ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ - balangir news

ବଲାଙ୍ଗୀରର କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ଟଙ୍କା ହଡ଼ପ ଘଟଣାର ମାଷ୍ଟର ମାଇଣ୍ଡ ଓ ତା’ର ସହଯୋଗୀକୁ ଗିରଫ କରିଛି ପୋଲିସ। ଅଧିକ ପଢ଼ନ୍ତୁ...

ସମବାୟ ବ୍ୟାଙ୍କରେ ଟଙ୍କା ହଡ଼ପ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ

By

Published : Nov 11, 2019, 7:36 PM IST

ବଲାଙ୍ଗୀର: କେନ୍ଦ୍ରୀୟ ସମବାୟ ବ୍ୟାଙ୍କରୁ ଚଞ୍ଚକତା କରି ଜମାକାରୀଙ୍କ ଖାତାରୁ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଥିଲା। ଯାହା ପରେ ପୋଲିସ ଏହାର ମାଷ୍ଟର ମାଇଣ୍ଡ ଓ ତା’ର ସହଯୋଗୀକୁ ଗିରଫ କରିଛି। ଏଟିଏମ ଚୋରି କରି ତଥା ଖାତାରେ ଚଞ୍ଚକତା କରି ଟଙ୍କା ହଡ଼ପ କରିବାକୁ ନେଇ ପୋଲିସ ପାଖରେ ଦୁଇଟି ମାମଲା ରୁଜୁ ହୋଇଛି। ଯାହାର ମାଷ୍ଟର ମାଇଣ୍ଡ ହେଉଛି ସେହି ବ୍ୟାଙ୍କର ଜଣେ ବିତାଡିତ କର୍ମଚାରୀ। ଯାହାକୁ ଏବେ ପୋଲିସ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବା ସହ ହଡପ ହୋଇଥିବା ସମସ୍ତ ଟଙ୍କା ବାହାର କରିବ ବୋଲି ଜଣାଇଛି।

ଘଟଣାର ମାଷ୍ଟର ମାଇଣ୍ଡ ନୀଳମଣି ତ୍ରିପାଠୀ ସେହି ବ୍ୟାଙ୍କର ବିତାଡିତ ଅସ୍ଥାୟୀ କର୍ମଚାରୀ। ଯିଏକି ଅସ୍ଥାୟୀ ଡାଟା ଏଣ୍ଟ୍ରି ଅପରେଟର ଭାବରେ ବ୍ୟାଙ୍କରେ କାମ କରୁଥିଲା। ଗତ ଅକ୍ଟୋବର ମାସରେ ତାଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଥିଲା। ଯାହା ପରେ ସେ ଏହି କାଣ୍ଡ ଘଟାଇଥିବା ପୋଲିସ କହିଛି। ଅଭିଯୁକ୍ତ ନୀଳମଣି ତ୍ରିପାଠୀ ବ୍ୟାଙ୍କରୁ ବିତାଡିତ ହେବା ପରେ ତା ପାଖରେ ଥିବା ବ୍ୟାଙ୍କର ପାସୱାର୍ଡକୁ ବ୍ୟବହାର କରି ବିଭିନ୍ନ ଜମାକାରୀଙ୍କ ଖାତାରୁ ଟଙ୍କା ହଡ଼ପ କରୁଥିଲା । ସମାନ ଭାବରେ ସେ ବ୍ୟାଙ୍କରୁ 12ଟି ଏଟିଏମ ଚୋରି କରି ସବୁ ଏକାଉଣ୍ଟରୁ ଟଙ୍କା ଉଠାଇଥିଲା। ଏପରିକି ଟଙ୍କା ଉଠାଇବା ପାଇଁ ସେ ତାର ଜଣେ ସହଯୋଗୀ ସ୍ବାଗତ ମିଶ୍ରଙ୍କ ସହଯୋଗ ନେଇଥିଲା। ତାର ଏହି ସହଯୋଗୀ ସିକ୍ୟୁରିଟି ଗାର୍ଡ ନଥିବା ଏଟିଏମ ଗୁଡିରୁ ହେଲମେଟ ପିନ୍ଧି ଟଙ୍କା ଉଠାଇଥିଲେ।

ସମବାୟ ବ୍ୟାଙ୍କରେ ଟଙ୍କା ହଡ଼ପ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ

କେବଳ ଏଟିଏମ ଜରିଆରେ ମୋଟ 1 ଲକ୍ଷ 30 ହଜାର ଟଙ୍କା ହଡପ କରାଯାଇଥିବା ବେଳେ ଜମାକାରୀଙ୍କ ବ୍ୟାଙ୍କ ଖାତାରେ ହେରଫେର କରି ମୋଟ 8ଲକ୍ଷ 30 ହଜାର ଟଙ୍କା ଲୁଟ କରାଯାଇଛି। ଯାହାର ତଦନ୍ତ ଏବେ ମଧ୍ୟ ପୋଲିସ ଜାରି ରଖିଛି। ଲୁଟ ପାଇଁ ବ୍ୟବହୃତ ହେଲମେଟ ସହ କପଡା, ପାସବୁକ ସବୁ ପୋଲିସ ଜବତ କରିଛି। ଏହି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ପୋଲିସ ରିମାଣ୍ଡରେ ଆଣି ପୁଣି ଅଧିକ ତଦନ୍ତ କରିବା ଓ ହଡ଼ପ ହୋଇଥିବା ସମସ୍ତ ଟଙ୍କା ବାହାର କରିବ ବୋଲି କହିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details