ବଲାଙ୍ଗୀର: ରାଜ୍ୟ ସରକାରଙ୍କ କ୍ୟାବିନେଟ ନିକଟରେ ବନ୍ଦେ ଉତ୍କଳ ଜନନୀ ଗୀତକୁ ରାଜ୍ୟ ସଂଗୀତ ଭାବରେ ଅନୁମୋଦିତ କରିଛନ୍ତି । ତେବେ ଏହାକୁ ତୀବ୍ର ବିରୋଧ କରିଛି କୋଶଳ ସମନ୍ୱୟ ସମିତି। ଏହା ସମ୍ବିଧାନ ବିରୋଧୀ ବୋଲି କହିବା ସହ ଭାରତରେ ଗୋଟିଏ ରାଷ୍ଟ୍ର ଗାଁ ଗୋଟିଏ ପତାକାର ବ୍ୟବସ୍ଥା ରହିଛି । ରାଜ୍ୟ ସରକାର ଏହାକୁ ଅମାନ୍ୟ କରି ଅଣସାମ୍ବିଧାନିକ ଭାବରେ ଏହି ଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ଦେଇଛନ୍ତି ସମିତି ଅଭିଯୋଗ ଆଣିଛି ।
ରାଜ୍ୟ ସଂଗୀତକୁ କୋଶଳ ସମନ୍ୱୟ ସମିତିର ତୀବ୍ର ବିରୋଧ - Koshal Coordinating Committee strongly opposes the state song
ରାଜ୍ୟ ସରକାର ବନ୍ଦେ ଉତ୍କଳ ଜନନୀ ଗୀତକୁ ରାଜ୍ୟ ସଂଗୀତ ଭାବରେ ଅନୁମୋଦିତ କରିଛନ୍ତି । ତେବେ ଏହାକୁ ତୀବ୍ର ବିରୋଧ କରିଛି କୋଶଳ ସମନ୍ୱୟ ସମିତି ଏବଂ ଏହା ବିରୋଧରେ ଏମାନେ କୋର୍ଟର ଆଶ୍ରୟ ନେବେ ବୋଲି କହିଛନ୍ତି । ଅଧିକ ପଢନ୍ତୁ...
ରାଜ୍ୟ ସଂଗୀତକୁ କୋଶଳ ସମନ୍ୱୟ ସମିତିର ତୀବ୍ର ବିରୋଧ
ତେବେ ଦୀର୍ଘ ବର୍ଷରୁ କୋଶଳ ସମନ୍ୱୟ ସମିତି ଅଲଗ କୋଶଳ ରାଜ୍ୟ ପାଇଁ ଦାବି କରି ଆସୁଥିବା ବେଳେ ଏହି ଦିନକୁ ସମିତି ପକ୍ଷରୁ କଳା ଦିନ ବୋଲି କୁହାଯାଇଛି । ଏହା ବିରୋଧରେ ଏମାନେ କୋର୍ଟର ଆଶ୍ରୟ ନେବା ସହ ସାରା କୋଶଳ ଅଞ୍ଚଳରେ ଏମାନେ ଆନ୍ଦୋଳନ କରିବେ ବୋଲି କହିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ