ଓଡିଶା

odisha

ETV Bharat / state

ମନରେଗା କାମକୁ ନେଇ ଅସନ୍ତୋଷ, ବନବିଭାଗ-ପ୍ରଶାସନ ମୁହାଁମୁହିଁ - ମନରେଗା କାମ ମେସିନ ଦ୍ବାରା କରାଇବାକୁ ନେଇ ଜଙ୍ଗଲ ବିଭାଗ ଓ ପ୍ରଶାସନ ମୁହାମୁହିଁ

ମନରେଗା କାମ ମେସିନ ଦ୍ବାରା କରାଇବାକୁ ନେଇ ବନ ବିଭାଗ ଓ ପ୍ରଶାସନ ମୁହାଁମୁହିଁ। ସେପଟେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ କହିଲା ପ୍ରଶାସନ । ଅଧିକ ପଢନ୍ତୁ.....

The forest department and the administration are at loggerheads over the MNREGA work
ମନରେଗା କାମ ମେସିନ ଦ୍ବାରା କରାଇବାକୁ ନେଇ ଜଙ୍ଗଲ ବିଭାଗ ଓ ପ୍ରଶାସନ ମୁହାମୁହିଁ

By

Published : Jul 26, 2020, 8:07 AM IST

ବଲାଙ୍ଗୀର:ବଲାଙ୍ଗୀରରେ ମନରେଗା କାମ ମେସିନ ଦ୍ବାରା କରାଇବାକୁ ନେଇ ବନ ବିଭାଗ ଓ ପ୍ରଶାସନ ମୁହାମୁହିଁ ହୋଇଛନ୍ତି । ପାଟଣାଗଡ଼ ଉପଖଣ୍ଡର ପିପଲ ପଦର ଗାଁ ଠାରୁ ଗୟଳ ମୁଣ୍ଡା ଗାଁକୁ ମାଟି ରାସ୍ତାକାମ ଚାଲିଥିଲା। ଯାହା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ଯୋଜନାରେ ପାଟଣାଗଡ଼ ଜଙ୍ଗଲ ବିଭାଗର ତତ୍ବାବଧାନରେ ଚାଲିଥିଲା। ତେବେ ଏହି କାମରେ ଶ୍ରମିକଙ୍କୁ ନିୟୋଜିତ କରିବାକୁ ନିୟମ ଥିବା ବେଳେ ଜଙ୍ଗଲ ବିଭାଗ ଜେସିବି ଓ ଟ୍ରାକ୍ଟର ଲଗାଇ କାମ କରୁଥିବାର ଅଭିଯୋଗ ହୋଇଥିଲା।

ମନରେଗା କାମ ମେସିନ ଦ୍ବାରା କରାଇବାକୁ ନେଇ ଜଙ୍ଗଲ ବିଭାଗ ଓ ପ୍ରଶାସନ ମୁହାମୁହିଁ

ଏନେଇ ପାଟଣାଗଡ଼ ଉପଖଣ୍ଡ ପ୍ରଶାସନ ଘଟଣାର ସରଜମିନ ତଦନ୍ତ କରିବା ସହ ଚାରୋଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ମେସିନ ଜବତ କରିଛି। ସେହିପରି ନିୟମ ଅନୁଯାୟୀ କାର୍ଯ୍ୟାନଷ୍ଠାନ ହେବ ବୋଲି ପ୍ରଶାସନ କହିଛି। ଅନ୍ୟପଟେ ବନ ବିଭାଗ ଶ୍ରମିକ ନ ମିଳିବାରୁ ମେସିନ ଦ୍ବାରା କାମ କରାଯାଉଥିବା କହିଛି। ଏପରିକି ଏଥିରେ କୈଣସି ଅନିୟମିତତା କାମ ହୋଇ ନ ଥିବା କହିଛି । ତେବେ ଚାରି ଲକ୍ଷରୁ ଅଧିକ ଟଙ୍କାର ଏହି ମନରେଗା କାମ ହୋଇଥିବା ଜଣାପଡିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details