ଖୋର୍ଦ୍ଧା: ମିଲର ଧାନ ନଉଠାଇବା ପ୍ରିତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପହଞ୍ଚି ଅଭିଯୋଗ କଲେ ଚଷୀ । ସମବାୟ ସମିତିର ଟାର୍ଗେଟ ନଥିବା କହି ବାକି ରହିଥିବା ୧୮୬ ଜଣ ଚାଷୀଙ୍କର ହଜାର ହଜାର କ୍ବିଣ୍ଟାଲ ଧାନ ମିଲର ଉଠାଉନଥିବା ପ୍ରତିବାଦରେ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଚାଷୀ । ସେହିଭଳି ମଣ୍ଡିରୁ ତୁରନ୍ତ ଧାନ ନଉଠାଇଲେ ଚାଷୀମାନେ ଆନ୍ଦୋଳନକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି ।
ଧାନ ନ ଉଠିବା ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ - khurdha district news
ମିଲର ଧାନ ନଉଠାଇବା ପ୍ରିତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପହଞ୍ଚି ଅଭିଯୋଗ କଲେ ଚଷୀ । ଅଧିକ ପଢନ୍ତୁ.....
ମିଳିଥିବା ସୂଚନା ଅନୁସାରେ ବେଗୁନିଆ ବ୍ଲକ ଅନ୍ତର୍ଗତ ବୋତଳମା, ଗତମାଣତିର ଏବଂ ଗୋବିନ୍ଦପୁର ପ୍ରମୁଖ ତିନୋଟି ଗ୍ରାମପଞ୍ଚାୟତର ଚାଷୀମାନେ ଚଳିତ ବର୍ଷ ଗତିମାଣତିର ସେବା ସମବାୟ ସମିତିରେ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିଲେ । ଚଳିତ ବର୍ଷ ମୋଟ ୫୬୫ ଜଣ ଚାଷୀଙ୍କ ଠାରୁ ସରକର ୨୫ ହଜାର କ୍ବିଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା । କିନ୍ତୁ ଆଜି ସୁଦ୍ଧା ୩୭୯ ଜଣ ଚାଷୀଙ୍କ ଠାରୁ ସମ୍ପୂର୍ଣ୍ଣ ଭାବେ ୧୪ ହଜାର କ୍ବିଣ୍ଟାଲ ଧାନ କ୍ରୟ କରାଯାଇଛି । କିନ୍ତୁ ୧୮୬ ଜଣ ଚାଷୀଙ୍କର ହଜାର ହଜାର କ୍ବିଣ୍ଟାଲ ଧାନ ମିଲର ଉଠାଉନଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଚାଷୀ
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ