ଓଡିଶା

odisha

ପୋଲିସ ଡିଜିଙ୍କ କାର୍ଯ୍ୟକ୍ରମକୁ ଜିଲ୍ଲା ସାମ୍ବାଦିକଙ୍କ ବଏକଟ

By

Published : Aug 7, 2021, 9:36 PM IST

ଜିଲ୍ଲାରେ ପୋଲିସ ମହା ନିର୍ଦ୍ଦେଶକଙ୍କ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କୁ ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ବାରଣ । ଅଧିକ ପଢନ୍ତୁ...

ପୋଲିସ ଡିଜିଙ୍କ କାର୍ଯ୍ୟକ୍ରମକୁ ଜିଲ୍ଲା ସାମ୍ବାଦିକଙ୍କ ବଏକଟ
ପୋଲିସ ଡିଜିଙ୍କ କାର୍ଯ୍ୟକ୍ରମକୁ ଜିଲ୍ଲା ସାମ୍ବାଦିକଙ୍କ ବଏକଟ

ବଲାଙ୍ଗୀର: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଆଜି (ଶନିବାର) ବଲାଙ୍ଗୀର ଗସ୍ତରେ ଆସିଥିଲେ । ହେଲେ ବଲାଙ୍ଗୀର ପୋଲିସ ଏଥିରେ ଜିଲ୍ଲାର କୌଣସି ସାମ୍ବାଦିକଙ୍କୁ ଖବର ଦିଆଯାଇନଥିବାବେଳେ ଏହି ଗସ୍ତକୁ ଲୁଚାଇବାକୁ ଚେଷ୍ଟା କରିଛି ପ୍ରଶାସନ । ଯେଉଁଥିରେ ସାମ୍ବାଦିକମାନଙ୍କୁ କୌଣସି ସ୍ଥାନକୁ ପ୍ରବେଶ କରିବାକୁ ଦିଆଯାଇନାହିଁ । ଏବଂ ବିଳମ୍ବରେ ଡି.ଜି.ପି ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ପୋଲିସ ନିଜେ ସୂଚନା ଦେଇଥିବା ବେଳେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ସାମ୍ବାଦିକଙ୍କୁ ସମ୍ମିଳନୀ ମଧ୍ୟକୁ ଛଡ଼ା ଯାଇନଥିଲା । ସେପଟେ ଏହାକୁ ନେଇ ସାମ୍ବାଦିକମାନେ ଧାରଣା ଦେବା ସହ ଡିଜିପିଙ୍କ କାର୍ଯ୍ୟକ୍ରମକୁ ବଏକଟ କରିଛନ୍ତି ।

ପୋଲିସ ଡିଜିଙ୍କ କାର୍ଯ୍ୟକ୍ରମକୁ ଜିଲ୍ଲା ସାମ୍ବାଦିକଙ୍କ ବଏକଟ

ସାମ୍ୱାଦିକଙ୍କୁ ପୋଲିସର ଦୁର୍ବ୍ୟବହାର ଡି.ଜି.ପି ଅଭୟଙ୍କ ପ୍ରେସମିଟକୁ ସାମ୍ୱାଦିକଙ୍କ ବଏକଟ । ଆଜି (ଶନିବାର) ବଲାଙ୍ଗିର ଗସ୍ତରେ ଆସିଥିଲେ ଡି.ଜି.ପି ଅଭୟ । ରିଜର୍ଭ ଅଫିସ ଠାରେ ଡି.ଜି.ପିଙ୍କ ପ୍ରେସମିଟ ଥିବାବେଳେ ପୋଲିସ ୱାଟସଆପ ଗ୍ରୁପରେ ସାମ୍ୱାଦିକଙ୍କୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ସାମ୍ୱାଦିକମାନେ ସମ୍ମିଳନୀରେ ଯୋଗଦେବା ପାଇଁ ପହଞ୍ଚିବା ପରେ ରିଜର୍ଭ ଗେଟ ଭିତରକୁ ସାମ୍ୱାଦିକ ମାନଙ୍କୁ ପ୍ରବେଶ କରିବାକୁ ଦେଇ ନଥିଲେ ଦାୟିତ୍ୱରେ ଥିବା କର୍ମଚାରୀ । ଏପରିକି କିଛି ସାମ୍ୱାଦିକଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଥିଲେ ପୋଲିସ କର୍ମୀ ।

କିନ୍ତୁ ସେହି ରାସ୍ତା ଦେଇ ଅନ୍ୟମାନେ ଯିବାକୁ ପୋଲିସ ଅନୁମତି ଦେଇଛି । ସେପଟେ ସାମ୍ୱାଦିକଙ୍କୁ ଭିତରକୁ ଯିବାକୁ ଦିଆଯିବ ନାହିଁ ବୋଲି ପ୍ରବେଶ ପଥରେ ଥିବା ପୋଲିସ ଅଧିକାରୀମାନେ କହିବା ସହିତ ସାମ୍ୱାଦିକଙ୍କୁ ଦୁର୍ବ୍ୟବହାର କରିଥିଲେ । ଯାହା ଫଳରେ କି ସମସ୍ତ ସାମ୍ୱାଦିକ ଡି.ଜି.ପି ଅଭୟଙ୍କ ସାମ୍ୱାଦିକ ସମ୍ମିଳନୀକୁ ବର୍ଜନ କରିଛନ୍ତି । ବଲାଙ୍ଗିର ଟାଉନ ଥାନା ଅଧିକାରିଣୀ, ଏସ.ଡି.ପି.ଓ ଏବଂ ଶେଷରେ ଏସ.ପି ନୀତିନ କୁଶଳକର ଘଟଣାସ୍ଥଳରେ ସାମ୍ୱାଦିକଙ୍କୁ ବୁଝାସୁଝା କରିଥିଲେ ।

କିନ୍ତୁ ବାରମ୍ୱାର ସାମ୍ୱାଦିକଙ୍କୁ ସରକାରୀ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଉଥିବା ଏବଂ ଦୁର୍ବ୍ୟବହାର କରାଯାଉଥିବାରୁ ସାମ୍ୱାଦିକମାନେ ବଏକଟ କରି ସେଠାରୁ ଚାଲି ଆସିଛନ୍ତି । ଏହି ଘଟଣାକୁ ବଲାଙ୍ଗୀର ଜିଲ୍ଲା ସାମ୍ୱାଦିକ ସଙ୍ଘ ନିନ୍ଦା କରିବା ସହିତ ଆଗାମୀ ଦିନରେ କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ସାମ୍ୱାଦିକ ଭବନ ଠାରେ ଆଲୋଚନା ଜାରି ରହିଥିବା ନେଇ ସୂଚନା ମିଳିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details