ବଲାଙ୍ଗୀର: ବର୍ତ୍ତମାନ ଏକ ସଙ୍ଗରୋଧ କେନ୍ଦ୍ରରେ ପ୍ରେମୀ ଯୁଗଳଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ମୋବାଇଲ ରୁ ମୋବାଇଲ ବୁଲୁଥିବା ଏହି ଭିଡିଓରେ ପ୍ରେମୀ ଯୁଗଳ କୋଲାକୋଳି ହୋଇଥିବା ବେଳେ ତାଙ୍କୁ ପରିବାର ଅଲଗା କରୁଥିବାର ଦେଖିବାକୁ ମିଳିଛି।
ତେବେ ଏହି ଭିଡିଓଟି ବଲାଙ୍ଗୀର କୁସଙ୍ଗ ସଙ୍ଗରୋଧ କେନ୍ଦ୍ରର ବୋଲି କୁହାଯାଉଥିବା ବେଳେ ଦୁଇ ପ୍ରେମୀ ଯୁଗଳ ଲୋଇସିଂହା ଅଞ୍ଚଳର ବୋଲି କୁହାଯାଉଛି। ସେହିପରି ଏ ଦୁହେଁ ଗାଁରୁ ଫେରାର ମାରିଥିବା ବେଳେ କରୋନା କଟକଣା ପରେ ଗାଁକୁ ଫେରି ଏହି ସଙ୍ଗରୋଧ କେନ୍ଦ୍ରରେ ଥିଲେ।