ଓଡିଶା

odisha

ETV Bharat / state

ପାରିବାରିକ କଳହକୁ ନେଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା

ଝୁଲନ୍ତା ଅବସ୍ଥାରେ ସ୍ବାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର । ପାରିବାରିକ କଳହକୁ ନେଇ ଦମ୍ପତି କରିଛନ୍ତି ଆତ୍ମହତ୍ୟା । ଅଧିକ ପଢନ୍ତୁ...

By

Published : Oct 15, 2020, 7:10 AM IST

The couple committed suicide over a family dispute
ପାରିବାରିକ କଳହକୁ ନେଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା

ବଲାଙ୍ଗୀର: ଏକ ଶାଗୁଆନ ଗଛରୁ ଝୁଲନ୍ତା ଅବସ୍ଥାରେ ସ୍ବାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ତୁରେକେଲା ଥାନା ଗଡ଼ିଆଜୋର ଗାଁରେ । ମୃତକ ସ୍ବାମୀ ଜଣକ ହେଲେ ଗଡ଼ିଆଜୋର ଗାଁ ଗ୍ରାମରକ୍ଷୀଙ୍କ ପୁଅ ନୀଳକଣ୍ଠ କଟା ଏବଂ ତାର ସ୍ତ୍ରୀ ଶାନ୍ତି କଟା ।

ପାରିବାରିକ କଳହକୁ ନେଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା
ପାରିବାରିକ କଳହକୁ ନେଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା

ସୂଚନାମୁତାବକ, ଗତକାଲି ଦୁଇଜଣ ଭାଲୁମୁଣ୍ଡା ଗାଁ ବ୍ୟାଙ୍କକୁ କାମରେ ଯାଉଥିବା କହି ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ଖୋଜଖବର ମିଳିନଥିଲା । ତେବେ ବୁଧବାର ତାଙ୍କ ଜମିରେ ଥିବା ଏକ ଶଗୁଆନ ଗଛରେ ଦୁଇ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏନେଇ ପରିବାର ଲୋକେ ତୁରେକେଲା ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

ତେବେ ଗତ ୩ ବର୍ଷ ହେବ ନୀଳକଣ୍ଠ ଶାନ୍ତି ପ୍ରେମ ବିବାହ କରିଥିଲେ ଏବଂ ତାଙ୍କର ୧ ବର୍ଷର ପୁଅ ମଧ୍ୟ ଅଛି । କୌଣସି କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଏମିତି ଛୋଟ ବଡ଼ ଝଗଡା ଲାଗି ରହୁଥିଲା ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣି ପାଇଛି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details