ବଲାଙ୍ଗୀର: ଆଗଲପୁର ବ୍ଲକ ପାଣ୍ଡେସାରା ଗ୍ରାମର ଏକ ବରଗଛରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବକ ହେଲେ ସେହି ଗାଁର ସହଦେବ ସା ।
ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - young man
ବଲାଙ୍ଗୀରର ପାଣ୍ଡେସାରା ଗାଁର ବରଗଛରୁ ସେହି ଗାଁର ଯୁବକ ସହଦେବ ସାଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହା ହତ୍ୟା କି ଆତ୍ଣହତ୍ୟା ତାହା ସ୍ପଷ୍ଟ ହୋଇ ନାହିଁ ।
![ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର The body of a young man was recovered from a tree](https://etvbharatimages.akamaized.net/etvbharat/prod-images/768-512-9114739-thumbnail-3x2-jjj.jpg)
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସୂଚନାଅନୁସାରେ ଗତ ଦୁଇଦିନ ହେବ ମୃତ ଯୁବକ ଜଣକ ନିଖୋଜ ଥିଲେ । ଘର ଲୋକ ବହୁ ଖୋଜାଖୋଜି କରି ସୁଦ୍ଧା ହେଲେ ପାଇ ନଥିଲେ । ଗୁରୁବାର ଗାଁ ବରଗଛରେ ଯୁବକଙ୍କ ମୃତଦେହ ଝୁଲୁଥିବା ଦେଖି ଗାଁ ଲୋକ ପୋଲିସକୁ ଫୋନ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ଯୁବକ ଆଇଆଇଟି ପଢା ଶେଷ କରିଥିଲେ । କେରୋନା ଓ ଲକଡାଉନ ପାଇଁ ଘରେ ବସି ରହିଥିଲେ ତେଣୁ ମାନସିକ ଭାରସ୍ୟାମ ହରାଇ ଆତ୍ମହତ୍ୟା କରିଥିବା ଗାଁ ଲୋକ ଅନୁମାନ କରୁଥିବା ବେଳେ ଏହା ହତ୍ୟା ନା ଅତ୍ମହତ୍ୟା ତାହା ଜଣାପଡିନାହିଁ ।
ବଲାଙ୍ଗିରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ