ଓଡିଶା

odisha

ETV Bharat / state

ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ଘଟଣା; ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା ସନ୍ଦେହ - ବଲାଙ୍ଗୀର ଚନ୍ଦ୍ରଶେଖରପୁର

ସ୍ବାମୀର ମୃତ୍ୟୁ ପରେ ଦୁଃଖରେ ଭାଙ୍ଗି ପଡି ସ୍ତ୍ରୀର ଆତ୍ମହତ୍ୟା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଚନ୍ଦ୍ରଶେଖର ନଗରରେ । ଅଧିକ ପଢନ୍ତୁ...

The bodies of the elderly couple were found in the government quarters
ସରକାରୀ କ୍ବାଟରରୁ ମିଳିଲା ବୃଦ୍ଧ ଦମ୍ପତ୍ତିଙ୍କ ମୃତ ଦେହ

By

Published : Oct 19, 2020, 1:45 PM IST

Updated : Oct 19, 2020, 7:48 PM IST

ବଲାଙ୍ଗୀର: ବଲାଙ୍ଗୀର ଚନ୍ଦ୍ରଶେଖର ନଗରସ୍ଥିତ ଏକ ସରକାରୀ କୋଠରୀରୁ ବୃଦ୍ଧା ଦମ୍ପତିଙ୍କ ମୃତଦେହ ଉଦ୍ଧାର ଘଟଣା । ତେବେ ସ୍ବାମୀଙ୍କ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗି ପଡି ସ୍ତ୍ରୀ ମଧ୍ୟ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି।

ବୃଦ୍ଧା ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ଘଟଣା; ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା ସନ୍ଦେହ

ସୂଚନା ଅନୁସାରେ ବଲାଙ୍ଗୀର ପୁଡାପଲି ଗ୍ରାମର ବୃଦ୍ଧ ଦମ୍ପତି ବୃନ୍ଦାବନ ସାହୁ ଓ ତାଙ୍କ ସ୍ତ୍ରୀ ନିରାଶ ସାହୁ ନିଃସନ୍ତାନ ଥିବାବେଳେ ସେମାନେ ତାଙ୍କ ଭାଇର ଝିଅକୁ ପାଳି ନିଜ ଝିଅ ଭଳି ରଖିଥିଲେ। ହେଲେ ସେହି ଝିଅ ତାଙ୍କୁ ନିର୍ଯ୍ୟାତନା ଦେଇ ଘରୁ ତଡି ଦେବା ପରେ ଏହି ବୃଦ୍ଧ ଦମ୍ପତି ଅସହାୟ ଅବସ୍ଥାରେ ବଲାଙ୍ଗୀର ପଳାଇ ଆସିଥିଲେ। ଏଠି କିଛି ସହୃଦୟ ବ୍ୟକ୍ତି ତଥା ପ୍ରଶାସନ ତାଙ୍କର ଥଇଥାନ କରିଥିବାବେଳେ ଭତ୍ତା ଟଙ୍କା ଓ ପିଡ଼ିଏସ ଚାଉଳ ପାଇ ଏମାନେ ଚଳି ଆସୁଥିଲେ । ତେବେ ଗତ କିଛି ଦିନ ହେବ ବୃଦ୍ଧ ବୃନ୍ଦାବନ ସାହୁଙ୍କୁ ଜ୍ବର ହୋଇଥିଲା । ଆଜି ତାଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ମଧ୍ୟ ଏହାପରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।

ସେପଟେ ବଲାଙ୍ଗୀର ଟାଉନ ପୋଲସ ଏହାର ଖବର ପାଇବା ପରେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ସମାନ କଥା ଜାଣିବାକୁ ପାଇଛି। ଯେଉଁଥିରେ ବୃଦ୍ଧ ଜଣକ ଦୀର୍ଘ ଦିନରୁ ଅସୁସ୍ଥ ଥିବାବେଳେ ଆଣି ତାଙ୍କର ମୃତ୍ୟୁ ହୋଇଥିଲା ଏବଂ ଏଥିରେ ଦୁଃଖରେ ଭାଙ୍ଗି ପଡି ତାଙ୍କ ସ୍ତ୍ରୀ ମଧ୍ୟ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବାର ପୋଲିସ ସନ୍ଦେହ କରିଛି। ଦୁଇ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ଥିବାବେକେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Oct 19, 2020, 7:48 PM IST

ABOUT THE AUTHOR

...view details