ଓଡିଶା

odisha

ETV Bharat / state

ଛାତ୍ରୀଙ୍କୁ ଅସଦାଚରଣ କରି ସ୍କୁଲ୍‌ରୁ ଗିରଫ ହେଲେ ପ୍ରଧାନଶିକ୍ଷକ - ଚାକିରୀରୁ ନିଲମ୍ବନ ହେଲେ ପ୍ରଧାନଶିକ୍ଷକ

ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହେଲେ ପ୍ରଧାନଶିକ୍ଷକ । ଅସଦାଚରଣ ଅଭିଯୋଗରେ ଚାକିରୀରୁ ନିଲମ୍ବିତ କଲେ ଜିଲ୍ଲା ଶିକ୍ଷା ଅଧିକାରୀ । ଅଧିକ ପଢନ୍ତୁ

ଶିକ୍ଷାଦାନ ବଦଳରେ ଛାତ୍ରୀଙ୍କୁ ଅସଦାଚରଣ, ଗିରଫ ହେଲେ ପ୍ରଧାନଶିକ୍ଷକ
ଶିକ୍ଷାଦାନ ବଦଳରେ ଛାତ୍ରୀଙ୍କୁ ଅସଦାଚରଣ, ଗିରଫ ହେଲେ ପ୍ରଧାନଶିକ୍ଷକ

By

Published : Aug 26, 2022, 1:42 PM IST

ବଲାଙ୍ଗୀର:ମହଙ୍ଗା ପଡିଲା ଛାତ୍ରୀଙ୍କୁ ଅସଦାଚରଣ । ଗିରଫ ପରେ ଚାକିରୀରୁ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ । ବଲାଙ୍ଗୀର ଦେଓଗାଁ ଥାନା ମୂର୍ଶିଂହ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ଵନାଥ ବୁଦ୍ଧିଆଙ୍କ ନାଁରେ ଏପରି ଅଭିଯୋଗ ଆସିବା ପରେ ପୋଲିସ ତାଙ୍କୁ ଗିରଫ କରିଛି ।

ଶିକ୍ଷାଦାନ ବଦଳରେ ଛାତ୍ରୀଙ୍କୁ ଅସଦାଚରଣ, ଗିରଫ ହେଲେ ପ୍ରଧାନଶିକ୍ଷକ

ଏହା ମଧ୍ୟ ପଢନ୍ତୁ-ଛାତ୍ରୀଙ୍କୁ ଅସଦାଚରଣ ମାମଲା: ଅଭିଭାବକଙ୍କ ଆନ୍ଦୋଳନ ପରେ ଶିକ୍ଷକ ନିଲମ୍ବିତ

ମିଳିଥିବା ସୂଚନା ଅନୁଯାୟୀ ମୂର୍ଶିଂହ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ଵନାଥ ବୁଦ୍ଧିଆ ସ୍କୁଲ ଛୁଟି ପରେ ଛାତ୍ରୀମାନଙ୍କୁ ନିଜ ଅଫିସକୁ ଡାକି ଅସଦାଚରଣ ଓ ଖରାପ ବ୍ୟବହାର କରି ଆସୁଥିଲେ । ଏଥିସହ ଏନେଇ କାହାକୁ ନଜଣାଇବା ପାଇଁ ଧମକ ମଧ୍ୟ ଦେଇଆସୁଥିଲେ । ଯାହାକୁ ନେଇ ଗୁରୁବାର ଛାତ୍ରୀମାନେ ଅଭିଭାବକଙ୍କ ନିକଟରେ ଜଣାଇଥିଲେ ।

ଏହାକୁ ନେଇ ଛାତ୍ରୀଙ୍କ ଅଭିଭାବକମାନେ ସ୍କୁଲ ଘେରାଉ କରିବା ସହ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବାରୁ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଭାବକଙ୍କ ସହିତ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ନିଆ ଯିବାର ପ୍ରତିଶୃତି ଦେଇଥିଲା । ଘଟଣାର ତଦନ୍ତ କରି ଦେଓଗାଁ ପୋଲିସ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ସ୍କୁଲରୁ ଗିରଫ କରିଥିଲା । ସମାନ ଭାବରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କୁ ଚାକିରୀରୁ ନିଲମ୍ବିତ କରିଥିବା ମଧ୍ୟ ସୂଚନା ମିଳିଛି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details