ଓଡିଶା

odisha

ETV Bharat / state

ପ୍ରତିଶୃତି ଦେଇ ପ୍ରତାରଣା କଲା ପ୍ରେମିକ, ଏସ୍ପିଙ୍କ ଦ୍ବାରସ୍ଥ ହେଲେ ପ୍ରେମିକା

ବିବାହର ପ୍ରତିଶୃତି ଦେଇ ୧୭ ବର୍ଷ ହେବ ଶାରୀରିକ ସମ୍ପର୍କ ରଖିଲେ ଶିକ୍ଷକ । ପ୍ରତାରଣା କରିବା ପରେ ଏବେ ଥାନାର ଦ୍ବାରସ୍ଥ ହେଲେ ପ୍ରେମିକା । ଅଧିକ ପଢନ୍ତୁ

ପ୍ରତିଶୃତି ଦେଇ ପ୍ରତାରଣା କଲା ପ୍ରେମିକ
ପ୍ରତିଶୃତି ଦେଇ ପ୍ରତାରଣା କଲା ପ୍ରେମିକ

By

Published : May 5, 2023, 3:32 PM IST

ପ୍ରତିଶୃତି ଦେଇ ପ୍ରତାରଣା କଲା ପ୍ରେମିକ

ବଲାଙ୍ଗୀର: ପ୍ରେମ ଶାରୀରିକ ସମ୍ପର୍କ ଆଉ ତା ପରେ ପ୍ରତାରଣା । ୧୭ ବର୍ଷର ଶାରୀରିକ ସମ୍ପର୍କ ପରେ ପ୍ରତାରଣା କଲେ ଶିକ୍ଷକ । ଅନ୍ୟ କାହାକୁ ବିବାହ କରିବା ପାଇଁ ଯୋଜନା କରିବାରୁ ଥାନାରେ ଅଭିଯୋଗ କରିଥିଲେ ପ୍ରେମିକା । ତେବେ ନ୍ୟାୟ ନମିଳିବାରୁ ଗତକାଲି(ଗୁରୁବାର) ଏସ୍ପିଙ୍କ ଦ୍ବାରସ୍ଥ ହୋଇଛନ୍ତି ଯୁବତୀ । ବଲାଙ୍ଗୀର ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଥିବା ବେଳ ଯୁବତୀଜଣକ ନ୍ୟାୟ ପାଇଁ ଗୁହାରି କରିଛନ୍ତି । ଶିକ୍ଷକ ଗଜମଣି ବାଗଙ୍କ ନାଁରେ ଆସିଛି ଏଭଳି ଅଭିଯୋଗ ।

ବଲାଙ୍ଗୀର ଖପ୍ରାଖୋଲର ଶିକ୍ଷକ ଗଜମଣି ବାଗଙ୍କ ନାଁରେ ଏହି ଅଭିଯୋଗ ଆସିଛି । ଲାଠର ଅଞ୍ଚଳର ଜଣେ ଯୁବତୀଙ୍କୁ ସେ ବିବାହ ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ଓ ପରେ ପ୍ରେମ ପ୍ରତାରଣା କରିଥିବାର ଅଭିଯୋଗ ହୋଇଛି । ତେବେ ପୀଡିତାଙ୍କ ଅଭିଯୋଗ ଅନୁସାରେ, ସଂପୃକ୍ତ ଶିକ୍ଷକ ଜଣକ ତାଙ୍କ ସହ 2007ରେ ଦୁଷ୍କର୍ମ କରିଥିଲେ। ୧୭ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିଥିଲେ । ହେଲେ ଗଜମଣୀ ବାବା ଏବେ ଆଉ ଧରାଛୁଆଁ ଦଉନଥିବା ବେଳେ ଅନ୍ୟତ୍ର ବିବାହ କରୁଥିବା ନେଇ ସେ ଜାଣିବାକୁ ପାଇଥିଲେ । ଏହା ପରେ ଯୁବତୀ ଜଣକ ଏହା କେତେ ନମ୍ବର ବିବାହ କହି ଫେସ୍‌ବୁକରେ ଏକ କମେଣ୍ଟ କରିଥିଲେ ।

ଏହାପରେ ତାଙ୍କୁ ଅନେକ ଧମକଚମକ ମିଳିଥିବା ନେଇ ସେ ଅଭିଯୋଗ କରିଛନ୍ତି । ତେବେ ପରବର୍ତ୍ତୀ ସମୟରେ ସେ କୌଣସି ଉପାୟ ନପାଇ ଲାଠୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଅଭିଯୋଗ କରିବାର ୭ଦିନ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ନେଇ ସେ ଅସନ୍ତୋଷ ପ୍ରକାଶ କରି ଅଭିଯୋଗ କରିଛନ୍ତି । ଫଳରେ ବାଧ୍ୟ ହୋଇ ଗତକାଲି(ଗୁରୁବାର) ସେ ବଲାଙ୍ଗୀର ଏସ୍ପିଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତର ଦ୍ବିତୀୟ ଦିନ: ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କଲେ, ଆଜି ବୁଲିବେ ଶିମିଳିପାଳ

ତେବେ ସଂପୃକ୍ତ ଶିକ୍ଷକଙ୍କୁ ଶୀଘ୍ର ଗିରଫ ଦାବି ସହ ଉଚିତ୍ ନ୍ୟାୟ ଦାବି କରିଛନ୍ତି । ସେପେଟ ସଂପୃକ୍ତ ଯୁବତୀଙ୍କୁ ସମର୍ଥନ ଦେଇ ଲାଠୁର ଅଞ୍ଚଳର ଶତାଧିକ ମହିଳା ମଧ୍ୟ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ଅଭିଯୋଗକାରୀଙ୍କୁ ନ୍ୟାୟ ନମିଳିଲେ ସେମାନେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଘଟଣାକୁ ନେଇ ପୋଲିସ୍ କୌଣସି ପ୍ରତିକ୍ରିୟା ଦେଇ ନାହିଁ । ସେହିପରି ସଂପୃକ୍ତ ଶିକ୍ଷକ ଏହି ଘଟଣା ପରେ ଫେରାର ଥିବାର ଜଣା ପଡ଼ିଛି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details