ଓଡିଶା

odisha

By

Published : Aug 13, 2020, 2:02 PM IST

ETV Bharat / state

ବ୍ୟବସାୟ ସ୍ବାଭାବିକ ନେଇ ଚା’ ବ୍ୟବସାୟୀଙ୍କ ଥାନା ଘେରାଉ

ଦୀର୍ଘ 5 ମାସ ହେବ ଜିଲ୍ଲାରେ କୋରୋନା ପାଇଁ ଚା’ ଦୋକାନ ବନ୍ଦ ଥିବା ବେଳେ ଏଥିରୁ ରୋଜଗାର କରି ନିଜ ପରିବାର ପୋଷଣ କରୁଥିବା ଚା’ ବ୍ୟବସାୟୀମାନେ ଏବେ ଅସହାୟ ହୋଇପଡିଛନ୍ତି । ତାଙ୍କ ଜୀବନ ଜୀବିକା ଠପ ହୋଇ ଯାଇଥିବା ବେଳେ ପରିବାର ଚଳାଇବା ଅସମ୍ଭବ ହୋଇ ପଡିଛି । ଅଧିକ ପଢନ୍ତୁ...

tea business in bolangir, tea vendors police staion gherao in bolangir, bolangir latest news, ବଲାଙ୍ଗୀରରେ ଚା’ ବ୍ୟବସାୟ, ବଲାଙ୍ଗୀରରେ ଚା’ ବ୍ୟବସାୟୀଙ୍କ ଥାନା ଘେରାଉ, ବଲାଙ୍ଗୀର ଲାଟେଷ୍ଟ ନ୍ୟୁଜ୍‌
ବ୍ୟବସାୟ ସ୍ବାଭାବିକ ନେଇ ଚା’ ବ୍ୟବସାୟୀଙ୍କ ଥାନା ଘେରାଉ

ବଲାଙ୍ଗୀର: ଲକଡାଉନ ସ୍ଥିତିରେ ସମସ୍ତ ବ୍ୟବସାୟ ପ୍ରଭାବିତ ହୋଇଥିବା ବେଳେ ପର୍ଯ୍ୟାୟ କ୍ରମେ ଅନଲକ ପ୍ରକ୍ରିୟା ସହ ଖୋଲୁଛି ଗୋଟିଏ ଗୋଟିଏ ବ୍ୟବସାୟୀ । ହେଲେ କେବଳ ଚା’ ଦୋକାନଟିଏ କରି ପରିବାର ଚଲାଉଥିବା ବ୍ୟବସାୟୀଙ୍କ ନେଇ ଏଯାଏଁ ହୋଇନି କୌଣସି ଘୋଷଣା । ଯାହାକୁ ନେଇ ଚିନ୍ତିତ ଚା’ ବ୍ୟବସାୟୀ । ଏନେଇ ବୁଧବାର ଜିଲ୍ଲାର ସମସ୍ତ ଚା’ ଦୋକାନୀମାନେ ବଲାଙ୍ଗୀର ଟାଉନ ଥାନା ଘେରାଓ କରିଥିଲେ ।

ବ୍ୟବସାୟ ସ୍ବାଭାବିକ ନେଇ ଚା’ ବ୍ୟବସାୟୀଙ୍କ ଥାନା ଘେରାଉ

ଦୀର୍ଘ 5 ମାସ ହେବ ଜିଲ୍ଲାରେ କୋରୋନା ପାଇଁ ଚା’ ଦୋକାନ ବନ୍ଦ ଥିବା ବେଳେ ଏଥିରୁ ରୋଜଗାର କରି ନିଜ ପରିବାର ପୋଷଣ କରୁଥିବା ଚା’ ବ୍ୟବସାୟୀମାନେ ଏବେ ଅସହାୟ ହୋଇପଡିଛନ୍ତି । ତାଙ୍କ ଜୀବନ ଜୀବିକା ଠପ ହୋଇ ଯାଇଥିବା ବେଳେ ପରିବାର ଚଳାଇବା ଅସମ୍ଭବ ହୋଇ ପଡିଛି । ଏଥିଯୋଗୁଁ ବୁଧବାର ସହରର ସମସ୍ତ 350 ଚା’ ବ୍ୟବସାୟୀ ରାଜରାସ୍ତାକୁ ଓହ୍ଲାଇ ଥିଲେ ଏବଂ ଟାଉନ ଥାନା ଘେରାଉ କରିବା ସହ ଚା’ ବ୍ୟବସାୟ ସ୍ବାଭାବିକ କରିବା ପାଇଁ ଦାବି କରିଥିଲେ ।

ତେବେ ପ୍ରଶାସନ ସହିତ ତାଙ୍କର ଆଲୋଚନା ପରେ ପ୍ରଶାସନ ତାଙ୍କୁ ସକାଳ 6ଟାରୁ ଦିନ 1ଟା ପର୍ଯ୍ୟନ୍ତ ଚା’ ଦୋକାନ ଖୋଲିବାର ଆନୁମତି ଦେଇଛି । ଏଥିସହିତ କୋଭିଡ ନିୟମ ମାନି ବ୍ୟବସାୟ ସ୍ବାଭାବିକ କରିବା ପାଇଁ ଦୋକାନୀମାନଙ୍କୁ ତାଗିଦ କରାଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details