ଓଡିଶା

odisha

ETV Bharat / state

ଟେଲର ମାଷ୍ଟର ହତ୍ୟା ଘଟଣାର ପର୍ଦ୍ଦାଫାସ, ଶିଷ୍ୟ ହାତରେ ହାତକଡି ପକାଇଲା ପୋଲିସ - ନୂଆବର୍ଷରେ ହତ୍ୟାକାଣ୍ଡ

ଭୋଜି କରିବାକୁ ଡାକି ନେଇ ଚେଲର ମାଷ୍ଟରକୁ ହତ୍ୟା । ଅଭିଯୁକ୍ତକୁ ଗିରଫ କଲା ବେଲପଡ଼ା ପୋଲିସ । ଅଧିକ ପଢନ୍ତୁ

Tailor master murder in balangir
Tailor master murder in balangir

By

Published : Jan 5, 2023, 1:24 PM IST

Tailor master murder in balangir

ବଲାଙ୍ଗୀର:ନୂଆବର୍ଷରେ ପିକନିକ କରିବାକୁ ଡାକି ବ୍ୟକ୍ତିଙ୍କୁ ହତ୍ୟା । ଅଭିଯୋଗ ପରେ ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ସାମାନ୍ୟ ବଚସାକୁ ନେଇ ଟେଲର ମାଷ୍ଟରଙ୍କୁ ହତ୍ୟା କରିଥିଲେ ତାଙ୍କ ଶିଷ୍ୟ । ଦିନେ ମୃତ ବ୍ୟକ୍ତି ନିକଟରେ ଟେଲରିଂ ଶିକ୍ଷା ନେଉଥିବା ବେଳେ ସାମାନ୍ୟ ବଚସାକୁ ନେଇ ଗୁରୁଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ ଶିଷ୍ୟ ହେମନ୍ତ ପୁଟା । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ତଅଁଲା ଗ୍ରାମର ପୁରୁଷୋତ୍ତମ ବେହେରା । ବଲାଙ୍ଗୀର ବେଲପଡା ଥାନା ତଅଁଲା ଗ୍ରାମରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ । ତଦନ୍ତ ପରେ ଅଭିଯୁକ୍ତ ହେମନ୍ତ ପୁଟାକୁ ଗିରଫ କରିଛି ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ ପୁରୁଷୋତ୍ତମ ବେହେରା ଘରେ ଥିବା ବେଳେ ଗତ ଡିସେମ୍ବର ୩୧ ତାରିଖରେ ତାଙ୍କ ପାଖକୁ କେହି ଜଣେ ଫୋନ କରି ନୂଆ ବର୍ଷ ଭୋଜିରେ ଯୋଗ ଦେବାକୁ ଡାକିଥିଲେ। ଏହାପରେ ପାଖ ନର୍ସରୀକୁ ଯାଇ ନିଖୋଜ ହୋଇ ଯାଇଥିଲେ। ଯାହା ପରେ ତାଙ୍କ ଘର ଲୋକେ ଓ ସମ୍ପର୍କୀୟ ସଂପୃକ୍ତ ସ୍ଥାନକୁ ଯାଇ ଖୋଜା ଖୋଜି କରିଥିଲେ । ସେଠି ତାଙ୍କର ମୋଟର ସାଇକେଲ ଥିବା ବେଳେ ନିକଟ ଏକ ଗର୍ତ୍ତରେ ତାଙ୍କର ରକ୍ତାକ୍ତ ମୃତଦେହ ପଡିଥିବାର ଦେଖିଥିଲେ । ଏନେଇ ପରିବାର ଲୋକେ ବେଲପଡ଼ା ଥାନାରେ ହତ୍ୟା ଅଭିଯୋଗ କରିବା ପରେ ପୋଲିସ ଓ ସାଇନଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ତଦନ୍ତ କରୁଥିବା ବେଳେ ତଅଁଲା ଗ୍ରାମର ହେମନ୍ତ ପୁଟା ପୁରୁଷୋତ୍ତମ ବେହେରାଙ୍କୁ ହତ୍ୟା କରିଥିବା ପୋଲିସ ଜାଣିବାକୁ ପାଇଥିଲା । ଗତକାଲି(ବୁଧବାର) ଅଭିଯୁକ୍ତ ହେମନ୍ତ ପୁଟାକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ତେବେ ମୃତ ପୁରୁଷୋତ୍ତମ ବେହେରା ଜଣେ ଟେଲର ମାଷ୍ଟର ହୋଇଥିବା ବେଳେ ଅଭିଯୁକ୍ତ ହେମନ୍ତ ପୁଟା ତାଙ୍କ ପାଖରେ କିଛି ଦିନ ହେବ ସିଲେଇ ଶିକ୍ଷା ନେଉଥିବା ପୋଲିସ ସୁତ୍ରରୁ ଜଣାପଡିଛି ।

ତେବେ ଘଟଣା ଦିନ ଅଭିଯୁକ୍ତ ହେମନ୍ତ ପୁଟା ଓ ତାର କିଛି ବନ୍ଧୁ ନୂଆବର୍ଷ ଭୋଜି କରୁଥିଲେ । ଏବଂ ହେମନ୍ତ ନିଜେ ତାର ଗୁରୁ ପୁରୁଷୋତ୍ତମ ବେହେରାଙ୍କୁ ଭୋଜିରେ ସାମିଲ ହେବାକୁ ଫୋନ କରି ଡାକିଥିଲା । ଏହାପରେ ପୁରୁଷୋତ୍ତମ ଭୋଜିରେ ସାମିଲ ହୋଇଥିବା ବେଳେ ସେଠି କୌଣସି କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହାର ପର ମୁହୂର୍ତ୍ତରେ ଉଗ୍ରରୂପ ନେଇଥିଲା । ବଚସାରେ ଉତକ୍ଷିପ୍ତ ହୋଇ ହେମନ୍ତ ଗୁରୁ ପୁରୁଷୋତ୍ତମ ବେହେରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ପୋଲିସ ଘଟଣାର ତଦନ୍ତ କରିହତ୍ୟାର ବ୍ୟବହୃତ ଟାଙ୍ଗିଆ ଜବତ କରିଛି । ତେବେ ଗତକାଲି ଅଭିଯୁକ୍ତକୁ ଘଟଣା ସ୍ଥଳକୁ ନେଇ ସିନ ରିକ୍ରିଏସନ୍ କରିବା ପରେ କୋର୍ଟ ଚାଲାଣ କରିଛି ପୋଲିସ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details